
ବାଲିଗୁଡା,୨୭/୦୩{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ପଦ୍ମା ପଦର ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ର ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବାଲିଗୁଡା ପୋଲିସ୍ | ଖବର ପାଇ ଏସ୍ଆଇ ରବୀନ୍ଦ୍ର ମୁଣ୍ଡାରୀ ଓ ତାଙ୍କର ଟିମ୍ ପଦ୍ମା ପଦର ଓ କୁଟୀକିଆ ଝୁଲା ବ୍ରିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାସମୟରେ ଅଚାନକ ଚଢ଼ାଉ କରିଥିଲା ପୋଲିସ୍। ଏବଂ ଗଞ୍ଜେଇ ସହ ଦୁଇ ଜଣକୁ ଗିରଫ କରି ସେମାନଙ୍କ ଠାରୁ 450 କେଜି 800 ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା | ଅନ୍ୟ ତିନିଜଣ ଫେରାର ଅଛନ୍ତି |ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ବାଇଶି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି |ବାଲିଗୁଡା ଥାନା କେସ ନମ୍ବର 59/21ରେ ଏକ ମାମଲା ରୁଜୁ କରି ଦୁଇ ଜଣ ଚାଲାଣକାରୀ କୁ ଗିରଫ କରିଛନ୍ତି | ସେହି ଦୁଇଜଣ ହେଲେ ପାରସ ମଳିକ ଓ ପଦ୍ମ ଚରଣ ମଳିକ |ସେମାନଙ୍କ ଘର ବାଲିଗୁଡା ଥାନା ଅନ୍ତର୍ଗତ ବକାରୀମୁଣ୍ଡା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଗଂଜେଇ ଚୋରା ଚାଲାଣ କାରୀ ଙ୍କୁ ଧରିବା ରେ ପୋଲିସ ଜାରୀ ରଖିଛି | ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।


