
ବେଗୁନିଆପଡା,୨୬/୦୩(ଜିଲ୍ଲା ଖଵର) : ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ସୁମଣ୍ଡଳ ବନ ବିଭାଗ ପକ୍ଷରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତ ପରିସରରେ ଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି |ବ୍ରହ୍ମପୁର ର ମର୍ଡନ ଆଇ କେୟାର ସେଣ୍ଟର ଓ ବନ ବିଭାଗ ର ମିଳିତ ଉଦ୍ୟମ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତର ସ୍ୱାସ୍ଥ୍ୟ କାର୍ଡଧାରୀ 34 ଜଣ ଚକ୍ଷୁ ରୋଗୀ ଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା |କୃଷ୍ଣ ସାର ମୃଗ ଙ୍କୁ ସୁରକ୍ଷା ଦେବାରେ ପଞ୍ଚାୟତ ବାସୀ ଙ୍କ ଉଦ୍ୟମ କୁ ପ୍ରଶଂସା କରି ଉକ୍ତ ଶିବିର ର ଆୟୋଜନ କରାଯାଇଥିବା କହିଛନ୍ତି ବନରକ୍ଷୀ ସୁଜାତା ସାହୁ |ଏହି କାର୍ଯ୍ୟକ୍ରମ ରେ ସଞ୍ଜୟ କୁମାର ବକସି, ଶ୍ଵେତାଶ୍ରୀ ପାଣିଗ୍ରାହୀ, କାଇଁଟା ଦିଗଲ ଙ୍କ ସମେତ ସୁମଣ୍ଡଳ ବନ ବିଭାଗ ର ବନପାଳ ଜିତେନ୍ଦ୍ର କୁମାର ରାଉତ,ବନରକ୍ଷୀ ସୁଦାମ ଚରଣ ଦଳେଇ, ସରପଞ୍ଚ ମିନତୀ ବାରିକ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା


