Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ପ୍ରକାଶ ରାଜ୍

ଜନ୍ମଦିନର ଶୁଭେଚ୍ଛା ! ପ୍ରକାଶ ରାଜ୍

11

ନୂଆଦିଲ୍ଲୀ, ୨୬/୦୩/୨୧ (ଜିଲ୍ଲା ଖବର) : ଅଭିନେତା ପ୍ରକାଶ ରାଜ୍‌ଙ୍କୁ କିଏ ବା ନଜାଣେ । ନିଜର ପ୍ରତିଭା ବଳରେ ସେ  ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ତେଲୁଗୁ ଇଣ୍ଡଷ୍ଟ୍ରିରେ ନୁହେଁ ,ବରଂ ସେ ବଲିଉଡରେ ମଧ୍ୟ  ନିଜ ଅଭିନୟର ଛାପ ଛାଡିଛନ୍ତି । ବଲିଉଡରେ ଅନେକ୍ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସନ୍ତି ସେ । ତାଙ୍କୁ ଏହି ଭୂମିକାରେ ଦେଖିବାକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଆକ୍ଟିଙ୍ଗ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରକାଶ ରାଜ୍ ,ତାଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଜୀବରେ ଅନେକ୍ ଉତ୍‌ଥାନ-ପତନ ଆସିଛି ସତ, ହେଲେ ସେ କେବେ ହାର୍ ମାନି ନାହାଁନ୍ତି । ଦୂରଦର୍ଶନର ଧାରାବାହିକ, ‘ବିସିଲୁ କୁଦୁରେ’ ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ । ଏହାପରେ ୧୯୯୪ରେ ସେ ତାମିଲ ସିନେମାରେ ଡେବ୍ୟୁ କରିଥିଲେ ।

ସେ ତେଲୁଗୁ,ତାମିଲ,କନ୍ନଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କର ହୃଦୟ ଜିତିଛନ୍ତି । ଏହାପରେ ହିନ୍ଦୀ ସିନେମାରେ ସେ କାମ କରିଥିଲେ । ଅଭିନେତା ସଲମାନ୍ ଖାନଙ୍କ ଫିଲ୍ମ’ୱାଣ୍ଟଡ୍‌’ ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ । ଏହାପରେ ସେ ଆଉ  କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।  କେବଳ ଫିଲ୍ମରେ ଅଭିନୟ କରି ନାହାଁନ୍ତି ସେ , ବରଂ ସେ କିଛି ଫିଲ୍ମ ନିର୍ମାଣ ମଧ୍ୟ କରିଛନ୍ତି । ୫ ଥର ସେ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।