
ଭୁବନେଶ୍ୱର, ୨୬/୦୩/୨୧ (ଜିଲ୍ଲା ଖବର) : ମାସ୍କ ଓ ପିପିଇ କିଟ କିଣା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଲୋକାୟୁକ୍ତ । ଭିଜିଲାନ୍ସ ରିପୋର୍ଟ ଆଧାରରେ ଦୁର୍ନୀତି ହୋଇ ନଥିବା କହିଲେ ଲୋକାୟୁକ୍ତ । ଆଜି ତିନି ଜଣିଆ ବେଞ୍ଚ ମାସ୍କ ଓ ପିପିଇ କିଟ କିଣା ମାମଲାରେ ଶୁଣାଣି କରିଥିଲେ । ଭିଜିଲାନ୍ସଙ୍କ ରିପୋର୍ଟ ତର୍ଜମା ପାଇଁ ଦେଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ । ଲୋକାୟୁକ୍ତଙ୍କ ରାୟକୁ ଏକ ପାଖିଆ ବୋଲି କହିଲେ ଅଭିଯୋଗକାରୀ । ନ୍ୟାୟାଳୟକୁ ଯାଇ ଆଇନ ଗତ ଲଢେଇ ଲଢ଼ିବେ ବୋଲି ଅଭିଯୋଗକାରୀ କହିଛନ୍ତି । ହାଇକୋର୍ଟ ଯିବ ବହୁଚର୍ଚିତ ମାସ୍କ ଓ ପିପିଇ କିଟ କିଣା ଦୁର୍ନୀତି ମାମଲା ।


