ବରଯାତ୍ରୀ ଗାଡ଼ି ବୋଲେରୋ ସହ ଟ୍ରକ ମୁହାଁମୁହିଁ, 8 ଆହତ

13

ସୁବର୍ଣ୍ଣପୁର,୨୬/୦୩/୨୧ (ଜିଲ୍ଲା ଖବର) : ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ଝିଙ୍କି ନିକଟରେ ସଡ଼କ ଦୁର୍ଘଟଣା ।  ବରଯାତ୍ରୀ ଗାଡ଼ି ବୋଲେରୋ ସହ  ମୁହାଁମୁହିଁ ଧକ୍କା ହେବାଫଳରେ 8 ବରଯାତ୍ରୀ ଆହତ ହୋଇଛନ୍ତି । ହରିଣାପାଲି ଗାଁରୁ ପାଟଣାଗଡ଼କୁ ବରଯାତ୍ରୀ ଯାଇ ଏକ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିଲେ । ଭୋର ସମୟରେ ଝିଙ୍କି ନିକଟରେ ସୁବର୍ଣ୍ଣପୁର ପଟରୁ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଦୁଇ ଜଣ ବରଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ମାନଙ୍କ ଚିକିତ୍ସା ଚାଲିଛି ।