Wednesday, November 18, 2026
Home ଆଞ୍ଚଳିକ ଆସୁଛି ହୋଲି…

ଆସୁଛି ହୋଲି…

94

୨୬/୦୩/୨୧ (ଜିଲ୍ଲା ଖବର) :ଆଉ ତିନି ଦିନ ପରେ ଆସିବ ଖୁସିର ପର୍ବ ହୋଲି । ଯାହାକୁ ନେଇ ସମସ୍ତେ ଅନେକ ଦିନ ଧରି ଅପେକ୍ଷା କରିଥାନ୍ତି । ରଙ୍ଗ ଦେଖେନି ଜାତି, ଧର୍ମ, ବର୍ଣ୍ଣ  । ରଙ୍ଗର ରଙ୍ଗରେ ସମସ୍ତେ ରଙ୍ଗେଇ ହେବା ପାଇଁ ଅପେକ୍ଷା କରିଥାନ୍ତି ।ତେବେ ଚଳିତ ବର୍ଷ କରୋନାକୁ ନେଇ ସବୁକିଛି ଉପରେ ରୋକ ଲଗାଯାଇଛି । କରୋନାର ଏହି ନୂଆ ଷ୍ଟ୍ରେନରେ ଆପଣ ଯଥେଷ୍ଟ ସଚେତନ ଆଉ ସତର୍କ ରୁହନ୍ତୁ। ରଙ୍ଗ ଖେଳିବାକୁ ଚାହୁଁଥିଲେ ଆପଣ ବଜାରରୁ ରଙ୍ଗ କିଣିବା ଅପେକ୍ଷା ହୋଲିରେ ଆପଣ ଘରେ ହର୍ବାଲ ଏବଂ ନ୍ୟାଚୁରାଲ ରଙ୍ଗ ବନାଇପାରିବେ । ଏହି ରଙ୍ଗ ଆପଣଙ୍କ ତ୍ୱଚାକୁ କୌଣସି ପ୍ରକାର କ୍ଷତି ପହଁଚାଇ ନଥାଏ । ଖାଲି ଏତିକି ନୁହେଁ ଏହି ଘର ତିଆରି ରଙ୍ଗ ବଜାର ରଙ୍ଗ ଠାରୁ ଶସ୍ତା ବି ପଡିବ। ଚଳିତ ବର୍ଷ ଘରେ ରୁହନ୍ତୁ ଘରେ ପରିବାର ସହ ରଙ୍ଗ ଖେଳନ୍ତୁ ।