Friday, November 13, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କଂଗ୍ରେସର ବନ୍ଦ୍ ଡାକରା

କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ କଂଗ୍ରେସର ବନ୍ଦ୍ ଡାକରା

119

ବାଲିଗୁଡା,୨୬/୦୩/୨୧ (ଜିଲ୍ଲା ଖବର) : ନୂଆଦିଲ୍ଲୀ କେନ୍ଦ୍ର କୃଷି ଆଇନ ବିରୋଧରେ ଆଜି 26 ତାରିଖ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା। ଆଜି ସକାଳ 6 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ଯାଏଁ ଏହି ବନ୍ଦ ପାଳନ କରାଯିବ। ବନ୍ଦ ପାଳନ ବେଳେ ଦେଶବ୍ୟାପୀ ରେଳ ପରିବହନ, ସ୍କୁଲ, କଲେଜ, ଦୋକାନବଜାର ଆଦି ବନ୍ଦ ରଖାଯିବ ବୋଲି କୃଷକନେତାମାନେ କହିଛନ୍ତି।
କେନ୍ଦ୍ର ସରକରାଙ୍କ 3 ଗୋଟି କୃଷି ବିଲକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଆସନ୍ତା କାଲି ଏହି ଆନ୍ଦୋଳନକୁ 4 ମାସ ପୁରିବ। ତେଣୁ କାଲିର ଭାରତ ବନ୍ଦ ଡାକରାକୁ ସଫଳ କରିବାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଶବାସୀଙ୍କୁ ଅପିଲ କରିଛି। ମାର୍ଚ୍ଚ 26 ଭାରତ ବନ୍ଦକୁ ସଫଳ କରିବାକୁ କୃଷକ ନେତା ଦର୍ଶନ ପାଲ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି | କୃଷକ ଆନ୍ଦୋଳନକୁ ୪ ମାସ ପୁରିଛି। କିନ୍ତୁ ସରକାର ଏଯାଏଁ ଚାଷୀମାନଙ୍କ ଦାବିକୁ ଗ୍ରହଣ କରୁନାହାନ୍ତି। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ।ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଛି |

ବନ୍ଦ ଡ଼ାକରାରେ ପୂର୍ବତନ କାଉନସିଲର ମନୋଜ କୁମାର ଆଚାର୍ଯ୍ୟ,କଂଗ୍ରେସ ନଗର ସଭାପତି ସପ୍ନେଶ୍ୱର୍ ସାହୁ, ବାଲିଗୁଡ଼ା ବ୍ଲକ୍ ସଭାପତି ଆଇବାର ନାୟକ, ବଳରାମ ଦୋରା,ଶିବ ପ୍ରଧାନୀ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ PWD ଛକ ଠାରେ ଉପସ୍ଥିତ ଥିଲେ |

ବାଲିଗୁଡା , ସୁକାନ୍ତ କୁମାର ତ୍ରିପାଠୀ