
ଆବଶ୍ୟକ ସାମଗ୍ରୀ-
ଚିକେନ୍, ଲୁଣ, ତେଲ, ଅଟା ଚକଟା, ମଇଦା, କର୍ଣ୍ଣଫ୍ଲୋର, କଂଚା ଲଙ୍କା, ଅଦା, ରସୁଣ, ଲଙ୍କା ପାଉଡର, ଗୋଳମରିଚ ଗୁଣ୍ଡ, କ୍ୟାପସିକମ୍, ଟମାଟୋ ସସ୍, ସୋୟା ସସ୍, ଭିନେଗାର, କାଜୁ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ, ଅଦା , କଂଚା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଚିକେନକୁ ପୁରା ଟିକିଟିକି କାଟି ସେଥିରେ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଲଙ୍କା ପାଉଡର, ଗୋଲମରିଚ ଗୁଣ୍ଡ, ଲୁଣ, ଛୋଟଛୋଟ କଟା ହୋଇଥିବା କ୍ୟାପସିକମ୍, କଟା କାଜୁ , ଟମାଟୋ ସସ୍, ସୋୟା ସସ୍ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଭିନେଗାର ପକାଇ ମିକ୍ସ କରି କିଛି ସମୟ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢି ରଖିବେ । ଏହାପରେ ଆଉ ଏକ ପାତ୍ରରେ ମଇଦା ଏବଂ କର୍ଣ୍ଣଫ୍ଲୋର ନେଇ ସେଥିରେ ପାଣି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଅଟା ଚକଟାକୁ ନେଇ ଛୋଟ ଆକାରର ରୁଟି ବେଲି ତା ଭିତରେ ପ୍ରସ୍ତୁତ କରି ଥିବା ଚିନେଇ ପକାଇ , ରୋଲ ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ, ସେଥିରେ ପ୍ରସ୍ତୁତ କରି ରଖିଥିବା ରୋଲକୁ ନେଇ, ଗୋଳାଇ ରଖିଥିବା ମଇଦା ମିଶ୍ରଣରେ ବୁଡାଇ ତେଲରେ ପକାଇ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଡ୍ରାଗନ୍ ଚିକେନ୍ ରୋଲ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।



