Tuesday, November 17, 2026
Home ଆଞ୍ଚଳିକ ହସ୍ପିଟାଲରେ ଅଗ୍ନିକାଣ୍ଡ: 2 ମୃତ, ୬ ଗୁରୁତର

ହସ୍ପିଟାଲରେ ଅଗ୍ନିକାଣ୍ଡ: 2 ମୃତ, ୬ ଗୁରୁତର

14

ମୁମ୍ବାଇ, ୨୬/୦୩/୨୧ (ଜିଲ୍ଲା ଖବର) : ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବଡ ଅଗ୍ନିକାଣ୍ଡ ଘଟିଛି । ଏଥିରେ 2 ଜଣ ପ୍ରାଣ ହରାଇ ଥିବାବେଳେ 6ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଉଦ୍ଧାର କାମ ଜାରି ରହିଛି । ହସ୍ପିଟାଲରେ 70ରୁ ଅଧିକ ରୋଗୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ କରୋନା ରୋଗୀ । ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏକ ସପିଂ ମଲର ତୃତୀୟ ମହଲାରେ ଏହି ଡାକ୍ତରଖାନା ଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଡାକ୍ତରଖାନା ଭିତରେ ଆଉ ରୋଗୀ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡାକ୍ତରଖାନାରେ 76 ରୋଗୀଙ୍କ ମଧ୍ୟରୁ 73ଜଣ କରୋନା ଆକ୍ରାନ୍ତ ଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, 90ରୁ ଅଧିକ ପ୍ରତିଶତ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।