
ନୂଆଦିଲ୍ଲୀ, ୨୬/୦୩/୨୧ (ଜିଲ୍ଲା ଖବର) : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସି ଏସନ ଷ୍ଟାଡିଅମରେ ଆଜି ଖେଳାଯିବ ଭାରତ – ଇଂଲଣ୍ଡ ଏକଦିବସୀୟ ସିରିଜର ଦ୍ଵିତୀୟ ଦିନିକିଆ । ପୂର୍ବ ମ୍ୟାଚର ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇପାରେ ଭାରତ । ପ୍ରଥମ ମ୍ୟାଚରେ ଆହତ ହୋଇ ସମ୍ପୂର୍ଣ ସିରିଜରୁ ବାଦ ପଡ଼ିଥିବା ଶ୍ରେୟାସ ଆୟାର ଏବଂ ପ୍ରଥମ ମ୍ୟାଚରେ ଫେଲ ମାରିଥିବା ସ୍ପିନର କୁଲଦୀପ ଯାଦବଙ୍କୁ ଏହି ମ୍ୟାଚରେ ଖେଳାଇ ନପାରେ ଭାରତ । ଉଭୟଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ୟଜୁବେନ୍ଦ୍ର ଚାହାଲଙ୍କୁ ଖେଳାଇପାରେ ଭାରତ । ଅନ୍ୟ ପକ୍ଷରେ ପ୍ରଥମ ଦିନିକିଆରେ ଆହତ ହୋଇଥିବା ସାମ ବିଲିଙ୍ଗସଙ୍କ ସ୍ଥାନରେ ଲାୟମ ଲିଭିଙ୍ଗଷ୍ଟୋନ ଇଂଲଣ୍ଡ ପକ୍ଷରୁ ଦିନିକିଆରେ ଡେବ୍ୟୁ କରି ପାରନ୍ତି । ଏହି ସିରିଜରେ ପ୍ରଥମ ମ୍ୟାଚ ଜିତି 1-0 ରେ ଆଗରେ ରହିଛି ଭାରତ ।



