Friday, November 13, 2026
Home ଆଞ୍ଚଳିକ ବାଂଲାଦେଶରେ ପହଞ୍ଚିଲେ ମୋଦି, ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀରେ କରିବେ ଯୋଗଦାନ

ବାଂଲାଦେଶରେ ପହଞ୍ଚିଲେ ମୋଦି, ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀରେ କରିବେ ଯୋଗଦାନ

11

ନୂଆଦିଲ୍ଲୀ, ୨୬/୦୩/୨୧ (ଜିଲ୍ଲା ଖବର) : ବାଂଲାଦେଶରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ବାଂଲାଦେଶ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବେ । ଏହି ଅବସରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ 5ଟି ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ ହେବାର ମଧ୍ୟ ସମ୍ଭାବନା ରହିଛି । ଦୀର୍ଘ 15 ମାସ ପରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ରହିଛନ୍ତି । କରୋନା କାଳରେ ୪୯୭ ଦିନ ପରେ ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି ମୋଦି । ଏହା ପୂର୍ବରୁ ସେ ନଭେମ୍ବର ୨୦୧୯ରେ ଶେଷଥର ପାଇଁ  ବ୍ରାଜିଲ ଗସ୍ତ କରିଥିଲେ । ଗତ ଏକବର୍ଷ ଧରି, ପ୍ରଧାନମନ୍ତ୍ରୀ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ ।