
ନୂଆଦିଲ୍ଲୀ, ୨୬/୦୩/୨୧ (ଜିଲ୍ଲା ଖବର) : ବଲିଉଡର ପ୍ରସିଦ୍ଧ ସିଙ୍ଗର ନେହା କକ୍କର ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଆଉ କିଛିଦିନ ପରେ ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି ପର୍ବ । ହେଲେ ହୋଲି ପୂର୍ବରୁ ନିଜ ପରିବାର ସହିତ ମିଶି ପୁଲରେ ଜବରଦସ୍ତ ହୋଲି ପାର୍ଟି ସେଲିବ୍ରେଟ୍ କଲେ ନେହା କକ୍କର । ସେ ହୋଲି ପାର୍ଟିର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଟୋନି କକ୍କର,ରୋହନପ୍ରୀତ୍ ସିଂ,ନେହା କକ୍କ୍ର ଏବଂ ପରିବାରେ ବାକି ସଦସ୍ୟ ଜବରଦସ୍ତ ମସ୍ତି କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ମସ୍ତି ସହିତ ‘ତେରା ସୁଟ୍’ ଗୀତ ମଧ୍ୟ ଗାଉଛନ୍ତି । ଏହି ଭିଡିଓ ସେୟାର କରି ନେହା ଲେଖିଛନ୍ତି ଯେ, ‘ହୋଲି ପୂର୍ବରୁ ପରିବାର ସହିତ ଘରେ ଢେର୍ ସାରା ମସ୍ତି…..’ । ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ , ରିଆକ୍ସନ ଦେବାରେ ଲାଗିଛନ୍ତି ।


