Wednesday, July 22, 2026
Home ଆଞ୍ଚଳିକ ନୂତନ କୃଷି ଆଇନକୁ ବିରୋଧ, ଆଜି 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କୃଷି...

ନୂତନ କୃଷି ଆଇନକୁ ବିରୋଧ, ଆଜି 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି କୃଷି ସଂଗଠନ

42

ନୂଆଦିଲ୍ଲୀ, ୨୬/୦୩/୨୧ (ଜିଲ୍ଲା ଖବର) :  ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ସକାଳ 6ରୁ ସନ୍ଧ୍ୟା 6 ଯାଏ ଭାରତ ବନ୍ଦକୁ ସଫଳ କରିବା ଲାଗି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ବିଶେଷ କରି ସବୁ ଜିଲ୍ଲାର ସଦର ମହକୁମା, ପ୍ରମୁଖ ରାସ୍ତାଘାଟରେ ବନ୍ଦ ପାଳନ ପାଇଁ ଯୋଜନା ରହିଛି । ଭାରତ ବନ୍ଦ’ ପରିପ୍ରେକ୍ଷୀରେ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ସବୁ ବନ୍ଦ ରହିବ। ଏନେଇ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ହେବାକୁ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ପରୀକ୍ଷାକୁ ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ‘ଭାରତ ବନ୍ଦ’ ସମୟରେ ରାଜ୍ୟର ପ୍ରମୁଖ ହାଟ, ବଜାର ବନ୍ଦ ରହିବ । ସେହିପରି ଯାତ୍ରୀ ଓ ମାଲ ପରିବହନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।