ଭୟାବହ ଅଗ୍ନିକାଣ୍ଡ, ଜଣେ ମହିଳା ଜୀବନ୍ତ ଦଗ୍ଧ

47

ଭଦ୍ରକ, ୨୬/୦୩/୨୧ (ଜିଲ୍ଲା ଖବର) : ଭଦ୍ରକ ବାସୁଦେବପୁର ଉଚ୍ଚଡିହାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 4ପରିବାରର 12 ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଏହା ସହିତ ନିଆଁରେ ପୋଡ଼ି ହେଇ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ବିଳମ୍ବିତ ରାତ୍ରିରେ ଗ୍ରାମର ସୁରେନ୍ଦ୍ର ବାରିକଙ୍କ ଘରେ ହଠାତ କୌଣସି କାରଣରୁ ନିଆ ଲାଗି ଯାଇଥିଲା । ନିଆର ବେଗ ଏତେ ତୀବ୍ର ଥିଲା ଯେ ଚାହୁଁ ଚାହୁଁ 4ପରିବାରର 12 ବଖରା ଘର ଜଳି ପାଉଁଶ ହୋଇ ଯାଇଛି ।  ପଡୋଶୀ ବାହାରକୁ ଉଠିଥିବାବେଳେ ନିଆକୁ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।  ଫଳରେ ଡାକ ଶୁଣି ପରିବାର ଲୋକ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ । ହେଲେ ଭଉଣୀ କନକଲତା ବାରିକ ଘର ଭିତରୁ ବାହାରି ପାରିନଥିଲେ । ଫଳରେ ନିଆଁରେ ପୋଡ଼ି ହେଇ ତାଙ୍କର ମୃତ୍ୟୁ ଘଟିଛି ।