ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା,10 ଯାତ୍ରୀ ଆହତ

6

ବୌଦ୍ଧ,୨୬/୦୩/୨୧ (ଜିଲ୍ଲା ଖବର) :  ବୌଦ୍ଧ ଜିଲ୍ଲା ସଦର ଥାନା 57 ନମ୍ବର ଜାତୀୟ ରାଜପଥ ଖଜୁରୀପଡା ନିକଟରେ ସଡ଼କ ଦୁର୍ଘଟଣା । ଏକ ବସ୍‌ଟ୍ରକ୍‌ମୁହାଁମୁହିଁ ଧକ୍କା ହେବାରୁ 10 ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ଗୁରୁତର ଅଛି । ତିରୁପତି’ ନାମକ ଏକ ଘରୋଇ  ବସ ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା ।  ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ବସଟି  57ନମ୍ବର ଜାତୀୟ ରାଜପଥ ଖଜୁରୀପଡା ଅତିକ୍ରମ କରୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।