
ଭଦ୍ରକ,୨୬/୦୩/୨୧ (ଜିଲ୍ଲା ଖବର) : ଭଦ୍ରକ ଚରମ୍ପା ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉଭୟଙ୍କ ମଧ୍ୟରେ ମାଡପିଟ ଯୋଗୁଁ ଦୁଇ କିନ୍ନର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନାନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ପରେ ଏହି ଝଗଡା ଉଗ୍ର ରୂପ ନେବାରୁ, ଉଭୟଙ୍କ ମଧ୍ୟରେ ବାଡ଼ି ଠେଙ୍ଗାରେ ବାଡା ବାଡ଼ି ହୋଇ ରକ୍ତାକ୍ତ ସଂଘର୍ଷ ହୋଇଥିଲେ । ପରେ ଟାଉନ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ, ପୋଲିସ ଅଟକାଇବାକୁ ଯାଇ କିଛି ସମୟ ହଟହଟା ହେବାକୁ ପଡିଥିଲା । ପରେ କିଛି କିନ୍ନରଙ୍କୁ ଥାନାକୁ ଆଣିଥିଲା ପୋଲିସ । କିନ୍ତୁ କିନ୍ନର ମାନଙ୍କୁ ପୋଲିସ ବାଡ଼େଇଥିବା ଅଭିଯୋଗ କରିଛନ୍ତି କିନ୍ନର ।



