Sunday, November 15, 2026
Home ଜିଲ୍ଲା ଅନୁଗୁଳ ବେଆଇନ ଗୋଚାଲାଣ ଅଭିଯୋଗରେ 31 ଗିରଫ

ବେଆଇନ ଗୋଚାଲାଣ ଅଭିଯୋଗରେ 31 ଗିରଫ

14

ଅନୁଗୁଳ, ୨୬/୦୩/୨୧ (ଜିଲ୍ଲା ଖବର) : ବେଆଇନ ଗୋଚାଲାଣ ଅଭିଯୋଗରେ 31 ଗିରଫ । କଟକ ଜିଲାର ନରସିଂହ ପୁର , ଆଠଗଡ଼ ସମେତ ଢେଙ୍କାନାଳ ଜିଲାର ହିନ୍ଦୋଳ ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ ଅଭିଯୋଗରେ 31 ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମାନଙ୍କ ଠାରୁ 12 ଟି ପିକଅପ ଭ୍ୟାନ,  ଗୋଟିଏ କାର 21 ଟି ମୋବାଇଲ ଫୋନ ସହ 87 ହଜାର 530 ଟଙ୍କା ଜବତ କରାଯାଇଛି । ସେପଟେ ବିଭନ୍ନ ପିକଅପ ଭ୍ୟାନରେ ଚାଲାଣ କରାଯାଉଥିବା ପ୍ରାୟ 105 ଟି ଗୋରୁଙ୍କୁ ଉଧାରକରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ  ବଅଁରପାଳ ଥାନା ପକ୍ଷରୁ ତଳମୂଳ ଅଞ୍ଚଳରେ ଏହି ଗୋଚାଲାଣକାରୀଙ୍କୁ ଧରିବାକୁ  ଉଦ୍ୟମ କରିଥିଲା । ଅଭିଯୁକ୍ତମାନେ ପୋଲିସକୁ ଚକମା ଦେଇ ଖସିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି ।