Home ଆଞ୍ଚଳିକ ନବରଙ୍ଗପୁର ଜିଲ୍ଲାକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ

ନବରଙ୍ଗପୁର ଜିଲ୍ଲାକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ

15

ନବରଙ୍ଗପୁର,୨୬/୦୩/୨୧ (ଜିଲ୍ଲା ଖବର) : ନବରଙ୍ଗପୁର ଜିଲ୍ଲାକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ । ରାଜ୍ୟ ତଥା ଦେଶରେ ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ  ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । କରୋନାର ଦ୍ଵିତୀୟ ଲହରକୁ ରୋକ ଲଗେଇବା ପାଇଁ ଜିଲ୍ଲାରେ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ଏହାସହ ବିଭିନ୍ନ କଟକଣା ଜାରି କରାଯାଇଛି । ପୋଲିସ ମଧ୍ୟ ଚେକିଂ କଡାକଡି କରିଦେଇଛି , ଅମାନିଆକୁ ସାବାଡ଼ କରିବା ପାଇଁ ଦିନ ଆଗେଇ ଆସିଛି ପୋଲିସ ବାହିନୀ । ଗତ ବର୍ଷ ମେ ମାସରେ ଜିଲ୍ଲାର ଚନ୍ଦହାଣ୍ଡି ବ୍ଲକର ବନ୍ଧକନା  ଏକ କ୍ବାରେଣ୍ଟଇନ ସେଣ୍ଟରରୁ  ପ୍ରଥମ କରନା ପଜିଟିଭ ଚିହ୍ନଟ ହୋଇଥିଲା , ଯେଉଁ ସଂଖ୍ୟା ଧୀରେ ଧୀରେ ବଢି ବର୍ତ୍ତମାନ ସୁଦ୍ଧା ୫୮୫୭ରେ ପହଞ୍ଚିଛି । ସେଥିମଧ୍ୟରୁ ୫୮୦୧ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧ ଟି  ଆକ୍ଟିଭ କେଶ ରହିଛି ଓ ସମସ୍ତେ ହୋମ ଆୟୋସଲେସନରେ ଅଛନ୍ତି ।