
ବୁଗୁଡା,୨୫/୦୩(ଜିଲ୍ଲା ଖବର) : ଉତ୍ତମ ଜନସମ୍ପର୍କ ଓ ସଫଳ ରକ୍ତଦାନ ଶିବିର ପାଇଁ ଗଞ୍ଜାମ ଏସପିଙ୍କ ଦ୍ଵାରା ବୁଗୁଡା ଆଇଆଇସି ସମ୍ବର୍ଦ୍ଧିତ ହୋଇଛନ୍ତି। ବୁଗୁଡା ଥାନାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦୧ ୟୁନିଟ ରକ୍ତ ସଂଗ୍ରହ ହେବା ଏବଂ ସମସ୍ତ ଲୋକ ପ୍ରତିନିଧି, ସାମ୍ବାଦିକ ଓ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ଦେଖି ପୋଲିସ ବିଭାଗ ଉଚ୍ଚ ଅଧିକାରୀ ବୃନ୍ଦ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଉପସ୍ଥିତ ରେ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାଏ, ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କୁ ସିଲଡ଼ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବୁଗୁଡା ଥାନା ଆଇଆଇସି ଶ୍ରୀ ବେହେରା ସମ୍ବର୍ଦ୍ଧିତ ହୋଇଥିବା ଯୋଗୁଁ ବୁଗୁଡା ଥାନାର ସମସ୍ତ କର୍ମଚାରୀ ଓ ଜନସାଧାରଣ ଆନନ୍ଦ ପ୍ରକାଶ କରିବା ସହ ଜଣେ ଉତ୍ତମ ପୋଲିସ ଅଧିକାରୀ ପାଇଥିବା ଯୋଗୁଁ ଗର୍ବ ଅନୁଭବ କରିଛନ୍ତି।
ରିପୋର୍ଟ:,ରତ୍ନାକର ମହାରଣା


