
ବୁଗୁଡା,୨୫/୦୩(ଜିଲ୍ଲା ଖଵର) : ବୁଗୁଡା ବ୍ଲକର ସୋରଡ଼ ଗ୍ରାମର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଉଭୟ ବିଦ୍ୟାଳୟର ମିଳିତ ପୋଷାକ ଓ ଜୋତା ବଣ୍ଟନ ମେଳା ମାର୍ଚ୍ଚ ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ଏ.କରଡ଼ାବାଡ଼ି ସରପଞ୍ଚ ଖଦାଳି ପ୍ରଧାନ ଯୋଗଦେଇ ଥିଲେ। ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବାଡତ୍ୟା, ସିଆରସିସି ଡ଼ି.ବାସୁଦେବ ଦୋରା, ଏବଂ ଦୁଇ ସ୍କୁଲ ପରିଚାଳନା କମିଟି ସଭାପତି ଭଞ୍ଜ କିଶୋର ସ୍ଵାଇଁ ଓ ନିରଞ୍ଜନ ମହାରଣା ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରାଥମିକ ବିଦ୍ୟାଳୟର ୧୦୬ ଜଣ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୩ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ସଭ୍ୟ, ସଭ୍ୟା ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଗାନ୍ଧୀଗ୍ରାମ ପ୍ରାଥମିକ ବିଦ୍ୟାଳୟର ପୋଷାକ ବିତରଣ ଉତ୍ସବରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କମିଟି ସଭାପତି ସନ୍ତୋଷ କୁମାର ଜେନା ଓ ସିଆରସିସି ମାନସ ରଞ୍ଜନ ସେଠୀ ଯୋଗଦେଇଥିଲେ। ଅତିଥି ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।
ରିପୋର୍ଟ, ରତ୍ନାକର ମହାରଣା


