Wednesday, November 11, 2026
Home ଆଞ୍ଚଳିକ ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳମୁଖ୍ୟ ମାନଙ୍କୁ ନେଇ ବୈଠକ

ବାଲ୍ୟ ବିବାହ ରୋକିବା ନିମନ୍ତେ କୁଳମୁଖ୍ୟ ମାନଙ୍କୁ ନେଇ ବୈଠକ

68

ଆସିକା,୨୫/୦୩(ଜିଲ୍ଲା ଖବର) : ବାଲ୍ୟ ବିବାହ ରୋକିବା ନିମନ୍ତେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆସିକା ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଅଛି।ଉକ୍ତ ବୈଠକରେ ଆସିକା ଅଞ୍ଚଳର ବିଭିନ୍ନହକୂଳ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ସିଡିପିଓ ଶ୍ରୀମତୀ ଭାରତୀ ମହାପାତ୍ରଙ୍କ ନେତୃତ୍ବ କ୍ରମେ ହୋଇଅଛି।ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ,ବିଡିଓ ରୋଶନ ଶତପଥି,ଚାଇଲ୍ଡ ଲାଇନ ଅଧିକାରୀ ସାଇପ୍ରଶାଦ ସାମଲ,ଆସିକା ଥାନା ଏସ ଆଇ ଶ୍ରଦ୍ଧାଞ୍ଜଳୀ ସେନାପତି ପ୍ରମୁଖ ଯୋଗଦେଇ ବାଲ୍ୟବିବାହ ରୋକିବା ନିମନ୍ତେ ସାମୁହିକ ଭାବେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉପସ୍ଥିତ କୁଳ ସଂଗଠନର ମୁଖ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଶାସନିକ ସ୍ତରରେ ବାଲ୍ୟବିବାହ ପ୍ରଥାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଥିବା ନେଇ ପ୍ରକାଶ କରିଥିଲେ ଆସିକା ସିଡିପିଠ ଭାରତୀ ମହାପାତ୍ର ।ବିଭିନ୍ନ କୁଳ ସଂଗଠନ ମଧ୍ୟରେ ଆଳିଆ ସମାଜ,ଗୋପାଳ ସମାଜ,ବାଣାୟତ ସମାଜ,କାଳିଞ୍ଜି ସମାଜ,ଓଡିଆ ସମାଜ,ବୈଶ୍ୟ ସମାଜ ପ୍ରମୁଖର ମୁଖିଆ ମାନେ ଉପସ୍ଥିତ ଥିଲେ ।