Sunday, November 15, 2026
Home ଆଞ୍ଚଳିକ ଗୋଲକଧାମ ମଠରେ ଶ୍ରୀମଦ ଭାଗବତ ପାରାୟଣ କାର୍ଯ୍ୟକ୍ରମ

ଗୋଲକଧାମ ମଠରେ ଶ୍ରୀମଦ ଭାଗବତ ପାରାୟଣ କାର୍ଯ୍ୟକ୍ରମ

137

ଜଟଣୀ,୨୫/୦୩(ଜିଲ୍ଲା ଖବର) : ଜଟଣୀର ଶ୍ରୀହରି ବିହାରସ୍ଥିତ ଶ୍ରୀ ଜଗନ୍ନାଥ ଆଦର୍ଶ କଲୋନୀରେଥିବା ଗୋଲକଧାମ ମଠ ପରିସରରେ ୭ଦିନ ବ୍ୟାପି ଶ୍ରୀମଦ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ପ୍ରତିଦିନ ମଠର ମହନ୍ତ କିଶନ ଦାସ ମହାରାଜଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ କୋଣାର୍କରୁ ଆସିଥିବା ଭାସ୍କର ଦାସଙ୍କ ଦ୍ୱାରା ଭାଗବତ ପାରାୟଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଉଦଯାପନି ଦିବସରେ ତମାଣ୍ଡୋରୁ ଆସିଥିବା ମା’ ବନଦୁର୍ଗା ସଂକିର୍ତନ ମଣ୍ଡଳୀ ଦ୍ୱାରା ଛବିରାଣୀ ମାର୍ଥାଙ୍କ ନେତୃତ୍ୱରେ ସଂକିର୍ତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୋଲକଧାମ ମଠରେ ଆୟୋଜନ ହୋଇଥିବା ଏହି ୭ଦିନିଆ ଭାଗବତ ପାରାୟଣ କାର୍ଯ୍ୟକ୍ରମକୁ ମଠର ମହନ୍ତ କିଶନ ଦାସ ମହାରାଜ, ଗିରିଧାରୀ ଦାସ.ଯୋଗେଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ରୀପୋର୍ଟ ,ସଞ୍ଜୀବ କୁମାର