Sunday, November 15, 2026
Home ଆଞ୍ଚଳିକ ଗ୍ରାହକ ଶୋଷଣ ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ

ଗ୍ରାହକ ଶୋଷଣ ପ୍ରତିବାଦରେ ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ

197

ଜଟଣୀ,୨୫/୦୩(ଜିଲ୍ଲା ଖଵର) : ଗୁରୁବାର ମଧ୍ୟାହ୍ନରେ ଜଟଣୀ ନଗରକଂଗ୍ରେସ ପକ୍ଷରୁ ଟିପିସିଓଡିଏଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜଙ୍କ ତତ୍ୱାବଧାନରେ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା । ଜଟଣୀ ବିଦ୍ୟୁତ ସବଡିଭିଜନ ଅଧିନସ୍ଥ ପୈାରାଚଂଳର ୱାର୍ଡ ନଂ ୨୦ରେ ରହୁଥିବା ମାତ୍ରାଧିକ ପରିବାର ଗରିବ ତଥା ବିପିଏଲ ଶ୍ରେଣୀର ଅଟନ୍ତି । ସେମାନେ ପୁର୍ବରୁ ଫେଡକୋ ମାଧ୍ୟମରେ ବିଦ୍ୟୁତ ସଂଯୋଗ ନେଇଥିଲେ । ମାତ୍ର ସରକାରଙ୍କ ପକ୍ଷରୁ ବିପିଏଲ ବର୍ଗର ଲୋକମାନଙ୍କ ପାଇଁ ସୈାଭାଗ୍ୟ ଯୋଜନା ମାଧ୍ୟମରେ ବିଦ୍ୟୁତ ସେବା ପାଇବାଲାଗି ବ୍ୟବସ୍ଥା କରାଯାଇଥିଲା । ତେଣୁ ପୁର୍ବରୁ ରହିଥିବା ଫେଡକୋର ମିଟରକୁ ବାଦଦେଇ ନୂତନଭାବେ ସୈାଭାଗ୍ୟ ଯୋଜନାରେ ବିଦ୍ୟୁତ ସେବାପାଇବାଲାଗି ସେମାନେ ନୂତନ ଗ୍ରାହକ ହୋଇଛନ୍ତି । ମାତ୍ର ଦିର୍ଘଦିନଠାରୁ ଏକସଙ୍ଗେ ୨ଟି ଯାକ ବିଦ୍ୟୁତ ସଂଯୋଗ ହୋଇଥିବା ରିସିଟ ଏବଂ ବିଦ୍ୟୁତବିଲ ଦାବି କରୁଥିବା କହିଛନ୍ତି ଗ୍ରାହକମାନେ । ମାର୍ଚ୍ଚ ମାସରେ ବିଲ ପୈଠ ନକଲେ ବିଦ୍ୟୁତ ସେବା ବିଛିନ୍ନ କରାଯିବ ବୋଲି ଧମକ ଦେଉଛନ୍ତି । ତେଣୁ ଗରୀବ ଅସହାୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ନେଇ ନଗର କଂଗ୍ରେସ ଟିପିସିଓଡିଏଲ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲା । ଅନ୍ୟ ପକ୍ଷରେ ବିଦ୍ୟୁତ ଉପଭୋକ୍ତାମାନଙ୍କଠାରୁ ବିଦ୍ୟୁତ ବିଲ ପ୍ରତିମାସରେ ବିଦ୍ୟୁତକର୍ମଚାରୀମାନେ ଆଦାୟ କରୁନଥିବା ଅଭିଯୋଗ ହେଉଛି । ଆଜିର ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ପକ୍ଷରୁ ସିଲୁ ରଥ, ବୃନ୍ଦାବନ ସାହୁ, ପ୍ରଶାନ୍ତ କୁମାର ସାହୁ, ବାଇନ ପ୍ରଧାନ,ଅସ୍ରାର ହୁସେନ, ଦିଲିପ ପ୍ରଧାନ, ଜୟନ୍ତ ପଲେଇ, ଟୁନା ପ୍ରଧାନ ଓ ଲିଟୁ ଶତପଥୀ ପ୍ରମୁଖ ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ ।