Monday, October 19, 2026
Home ଆଞ୍ଚଳିକ ନର୍ସିଂହୋମରେ ଉତ୍ତେଜନା, ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

ନର୍ସିଂହୋମରେ ଉତ୍ତେଜନା, ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ

48

ସମ୍ବଲପୁର, ୨୫/୦୩/୨୧ (ଜିଲ୍ଲା ଖବର) : ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଉତ୍ତେଜନା। ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ। ମୃତକଙ୍କ ପରିବାର ଲୋକେ ଏନେଇ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ସାକ୍ଷୀପଡା ଅଞ୍ଚଳର କୈଳାସ ବାଗ ବୁର୍ଲା ସମଲେଶ୍ୱରୀ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ଡାକ୍ତରଙ୍କ ଦେଖାନଥିଲା । ରୋଗୀର ମୃତ୍ୟୁ ପରେ ଡାକ୍ତର ପହଞ୍ଚି ଚିକିତ୍ସା ପାଇଁ ଟଙ୍କା ଦାବି କରିଥିଲେ। କିନ୍ତୁ ପରିବାର ଲୋକଙ୍କ ସନ୍ଦେହ ହେବାରୁ ରୋଗୀକୁ ଚେକ୍ କରିଥିଲେ। କୈଳାସଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପରିବାର ଲୋକ ଉତ୍ତ୍ୟକ୍ତ ହୋଇପଡିଥିଲେ। ନର୍ସିଂହୋମରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ବୁର୍ଲା ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା । ସେପଟେ ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ନର୍ସିଂହୋମ ମାଲିକ କହିଛନ୍ତି। ସେପଟେ ବୁର୍ଲା ଥାନାରେ ମାମଲା ରୁଜୁ ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୁର୍ଲା ଏସଡିପିଓ କହିଛନ୍ତି ।