Sunday, November 15, 2026
Home ଆଞ୍ଚଳିକ କରୋନା ପିଜିଟିଭ୍ ହେଲେ ରୋହିତ୍ ସରାଫ୍

କରୋନା ପିଜିଟିଭ୍ ହେଲେ ରୋହିତ୍ ସରାଫ୍

40

ନୂଆଦିଲ୍ଲୀ,୨୫/୦୩/୨୧ (ଜିଲ୍ଲା ଖବର) : ଗତ କିଛିଦିନ ଧରି ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ତେବେ  କରୋନା ସଂକ୍ରମିତ ହୋଇଥିବା କଳାକାରଙ୍କ ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି , ଫିଲ୍ମ ‘ଲୁଡୋ’ ଫେମ୍  ଅଭିନେତା ରୋହିତ୍ ସରାଫ୍ । ରୋହିତ୍‌ଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଂଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି ।ରୋହିତ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି କହିଛନ୍ତି ଯେ, ‘ସବୁବେଳେ ମାସ୍କ ପିନ୍ଧିଛି ।  ସାମାଜିକ ଦୂରତା ପାଳନ କରିଛି । ସମୟ ସମୟରେ ହାତ ଧୋଇଛି । ସବୁବେଳେ ସାନିଟାଇଜର ବ୍ୟବହାର କରିଛି । ସୁଟିଂକୁ ଛାଡି ବାକି ସମୟରେ ଘରେ ରହିଛି । ଏତେ ସବୁ ନିୟମ ପାଳନ କରିବା ପରେ ମଧ୍ୟ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଭାଇରସ ଏଠାରେ ହିଁ ଅଛି । ଏକଥା ଭୁଲିବା ଉଚିତ୍ ନୁହେଁ । ମୁଁ ଗତ ଚାରି ଦିନ ଧରି ଆଇସୋଲେସନରେ ଅଛି । ସମସ୍ତଙ୍କୁ ନିବେଦନ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।