Home ଜିଲ୍ଲା ଅନୁଗୁଳ ବଢୁଛି ଖରା, 3ଟି ସାହିର ଲୋକ ପାଣି ପାଇଁ ହନ୍ତସନ୍ତ

ବଢୁଛି ଖରା, 3ଟି ସାହିର ଲୋକ ପାଣି ପାଇଁ ହନ୍ତସନ୍ତ

50

ଅନୁଗୁଳ,୨୫/୦୩/୨୧ (ଜିଲ୍ଲା ଖବର) : ବଢୁଛି ଖରା । ବଢୁଛି ଜଳ ସଙ୍କଟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦାରେ ପାଣି ପାଇଁ ହନ୍ତସନ୍ତ । ତେଲି ସାହି, ମାଳି ସାହି, ସେଠି ସାହିରେ ଦୀର୍ଘ ବର୍ଷ ହେବ ପାଣି ସମସ୍ୟା ଲାଗି ରହିଛି । ୩ ସାହିର ମହିଳାମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।ଯାହାଫଳରେ ପିଇବା ପାଣି ଟିକକ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଯାହାକୁ ନେଇ ସାହିର ଶତାଧିକ ମହିଳା ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । RWSS ବିଭାଗ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି । ଦିନକୁ ଦିନ ଖରାର ଉତାପ ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ ପାଣି କାରଣରୁ ଲୋକମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କ ସମସ୍ୟା କେବେ ସମାଧାନ ହେବ ତାଉପରେ ସମସ୍ତଙ୍କ ନଜର ।