Home ଆଞ୍ଚଳିକ ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ: ଆହତ ଶ୍ରେୟାସଙ୍କ ସ୍ଥାନରେ ପନ୍ଥ କିମ୍ବା ସୂର୍ଯ୍ୟଙ୍କୁ ଖେଳାଇବ ଭାରତ

ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ: ଆହତ ଶ୍ରେୟାସଙ୍କ ସ୍ଥାନରେ ପନ୍ଥ କିମ୍ବା ସୂର୍ଯ୍ୟଙ୍କୁ ଖେଳାଇବ ଭାରତ

13

୨୫/୦୩/୨୧ (ଜିଲ୍ଲା ଖବର) : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ ଫିଲଡିଙ୍ଗ କରୁଥିବା ସମୟରେ ଶ୍ରେୟାସ ଆୟର ଆହତ ହୋଇ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି । ତେବେ ଆସନ୍ତାକାଲି ଖେଳାଯିବାକୁ ଥିବା ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରେୟାସଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ଥଙ୍କ ମଧ୍ୟରୁ ଭାରତ ଜଣଙ୍କୁ ଖେଳାଇବ । ତେବେ ଉଭୟଙ୍କ ପ୍ରର୍ଦଶନକୁ ନେଇ ବିଚାର କଲେ ସୂର୍ଯ୍ୟକୁମାର ଆସନ୍ତାକାଲି ମ୍ୟାଚରେ ଡେବ୍ୟୁ କରିବାର ବହୁ ସମ୍ଭାବନା ରହିଛି । ଚଳିତ ବର୍ଷ ବିଜୟ-ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ ଚାରି ନମ୍ବରରେ ବ୍ୟାଟିଙ୍ଗ କରି ବହୁ ସ୍କୋର କରିଛନ୍ତି । ବିସ୍ଫୋରକ ଷ୍ଟାଇଲରେ ଇଂନିସ ଖେଳୁଥିବା ସୂର୍ଯ୍ୟକୁମାରଙ୍କ ନିକଟରେ ମଧ୍ୟ ମ୍ୟାଚ ଫିନିସ କରିବାର ଦକ୍ଷତା ରହିଛି । ଏହି ଦୃଷ୍ଟିରୁ ତାଙ୍କ ଖେଳିବାର ସମ୍ଭାବନା ରହିଛି ।ଅନ୍ୟ ପକ୍ଷରେ ରିଷଭ ପନ୍ଥ ମଧ୍ୟ ଭାରତ ପାଇଁ ଉଭୟ ଟେଷ୍ଟ ଏବଂ ଟି-୨୦ ସିରିଜରେ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରି ବହୁ ସ୍କୋର କରିଛନ୍ତି। ତେବେ ୱିକେଟ କିପର ଭାବେ ଦଳରେ କେଏଲ ରାହୁଲ ଥିବାରୁ ପନ୍ଥଙ୍କୁ ସୁଯୋଗ ମିଳି ନପାରେ । ତିନି ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ ୧-୦ ରେ ଆଗରେ ରହିଛି ।