
ନୂଆଦିଲ୍ଲୀ, ୨୫/୦୩/୨୧ (ଜିଲ୍ଲା ଖବର) : ପୁଣି ଥରେ କରୋନାର ପ୍ରଭାବ ହୁ ହୁ ହୋଇ ବଢି ଚାଲିଛି । ଯାହା ସମସ୍ତଙ୍କର ଚିନ୍ତାର କାରଣ ସାଜିଛି । ଏହାରି ମଧ୍ୟରେ କରୋନା ଟୀକା ଆସି ସାରିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି , ଅନେକ୍ ସେଲିବ୍ରେଟି କରୋନା ଟୀକା ନେଉଥିବା ଦେଖିବାକୁ ମିଳୁଛି । ତେବେ ନିକଟରେ କରୋନା ଟୀକା ନେଇଛନ୍ତି ଅଭିନେତା ସଲମାନ୍ ଖାନ୍ । ଗତ ବୁଧବାର ସଂଧ୍ୟାରେ ସେ ଏକ ଟ୍ୱିଟ୍ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।
ସଲମାନ୍ ଖାନ୍ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ କରୋନା ଟୀକା ଲଗାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ ମୁଁ ଆଜି ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଛି ‘ । ଭାଇଜାନ୍ ସଲମାନ୍ ଖାନ୍ ସବୁବେଳେ ଲୋକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥାନ୍ତି ।
ପ୍ରକାଶ ଥାଉକି, ସଲମାନ୍ ଖାନ୍ ଖୁବ୍ ଶୀଘ୍ର ଫିଲ୍ମ’ରାଧେ’ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଇଦ୍ ଅବସରରେ ସିନେମାଘରେ ରିଲିଜ୍ ହେବାକୁ ଯାଉଛି ।





