Tuesday, November 17, 2026
Home ଆଞ୍ଚଳିକ ବିଗୁଡୁଛି କୋରୋନା ସ୍ଥିତି, ବିଶ୍ଵରେ ସଂକ୍ରମଣ ସଂଖ୍ୟା 12 କୋଟି 50 ଲକ୍ଷ ଟପିଲା

ବିଗୁଡୁଛି କୋରୋନା ସ୍ଥିତି, ବିଶ୍ଵରେ ସଂକ୍ରମଣ ସଂଖ୍ୟା 12 କୋଟି 50 ଲକ୍ଷ ଟପିଲା

10

୨୫/୦୩/୨୧ (ଜିଲ୍ଲା ଖବର) : ବିଶ୍ୱରେ ପୁଣି କାୟା ମେଲାଉଛି କୋରୋନା। ସାରା ବିଶ୍ୱରେ ସଂକ୍ରମଣ ସଂଖ୍ୟା 12 କୋଟି 53 ଲକ୍ଷ 27 ହଜାର 801କୁ ବୃଦ୍ଧି ହୋଇଛି ।  ବର୍ତ୍ତମାନ ସୁଦ୍ଧା 27 ଲକ୍ଷ 55 ହଜାର 275 ଜଣଙ୍କ ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ମୋଟ 10 କୋଟି 12 ଲକ୍ଷ 67 ହଜାର 567 ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ଏପର୍ଯ୍ୟନ୍ତ 229 ଦେଶରେ କୋରୋନାର କହର ଦେଖିବାକୁ ମିଳିଛି ।

ଭାରତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବରେ ସ୍ଥିତି ସଙ୍ଗୀନ ଅଛି । ସେହିପରି ରାଜ୍ୟରେ ମଧ୍ୟ କରୋନାର ପ୍ରଭାବ ଅଗ୍ରୀମରେ ପହଞ୍ଚିଛି। ଦିନକୁ ଦିନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।