Tuesday, November 17, 2026
Home ଆଞ୍ଚଳିକ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜେଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜେଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

29

ବେଗୁନିଆପଡା,୨୪/୦୩(ଜିଲ୍ଲା ଖଵର) : ସର୍ବ ଭାରତୀୟ ସ୍ତରରେ ମାର୍ଚ୍ଚ 24 ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଉଥିବା ବେଳେ କୋଦଳା ଏନଏସି ଅନ୍ତର୍ଗତ କୋଦଳା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜେଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମରେ କୋଦଳା ସିଏଚସି ଇନଚାର୍ଜ ସୁଜିତ କୁମାର ବେହେରା ଓ ପିଏଚଇଓ କବି ଦାସ ଯୋଗ ଦେଇ ଲୋକଙ୍କୁ ସମସ୍ତ ସଚେତନ ମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ଓ ଜନ ଆନ୍ଦୋଳନ ସ୍ୱରୂପ ଅଗାମୀ ଦିନରେ ଟିବି କୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ଲୋକଙ୍କୁ ସଚେତନ ମୂଳକ ବାର୍ତ୍ତା ଦେଇଥିଲେ | ଅନ୍ୟ ଏକ କାର୍ଯ୍ୟକ୍ରମ ରେ କୋଦଳା ଜେଲ ପରିସରରେ ମଧ୍ୟ 40 ରୁ ଉର୍ଦ୍ଧ କଏଦୀଙ୍କୁ ନେଇ ଟିବି ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଟିବି ନିରାକରଣ ସକାଶେ ସମସ୍ତ ଙ୍କ ପ୍ରୟାସ କୁ ସ୍ବାଗତ କରିବା ସହିତ ଅଗାମୀ ଦିନରେ ସମାଜ କୁ ସମ୍ପୂର୍ଣ ଟିବି ମୁକ୍ତ କରିବା ପାଇଁ ଶପଥ ପାଠ କରେଇଥିଲେ |ସରକାରୀ ସ୍ତରରେ ଟିବି ରୋଗୀ ଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ସୁବିଧା ସମ୍ପର୍କ ରେ ମଧ୍ୟ୍ୟ ଅବଗତ କରାଯାଇଥିଲା |ଜେଲ ସୁପେରିଟେଣ୍ଡେଣ୍ଟ ବିଭୁନ୍ଦୁ ଭୂୟାଁ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏସଟିଏସ ଗୀତାରାଣୀ ପାଢ଼ୀ,ଏମପିଏସ ନିଗମାନନ୍ଦ ମୁନି,କେ ରବି କୁମାର,ବି.ଡ଼ି.ଏମ ତ୍ରିପତି ଶତପଥି,ଏଏନଏମ ଦମୟନ୍ତୀ ଦିଦି,ଏଲ.ଟି ଓ ଅରୁଣା ଏନଜିଓ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ |

ରିପୋର୍ଟ:ଦେବାଶିଷ ମହାରଣା