Home ଆଞ୍ଚଳିକ ବିଭିନ୍ନତା ରେ ଏକତା

ବିଭିନ୍ନତା ରେ ଏକତା

38

ସୁନ୍ଦରଗଡ଼,୨୩/୩(ଜିଲ୍ଲା ଖଵର) : ଜାତୀୟ ସଂହତି ଶିବିରର ଦ୍ଵିତୀୟ ଦିନରେ ପ୍ରଥମାର୍ଦ୍ଧରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ତାଣ୍ଡି ଯୋଗ ଦେଇ ସ୍କାଉଟ ଓ ଗାଇଡ୍ସ୍ ମାନଙ୍କ ଉଦ୍ଦେଶ୍ୟରେ ବର୍ତ୍ତମାନର ସମୟରେ ଦେଶର ଏକତାର ଆବଶ୍ୟକତା ଆଜିର ସହିଦ ଦିବସରେ ଅତି ଜରୁରୀ ବୋଲି ସ୍ମରଣ କରାଇଥିଲେ। ସମ୍ମାନିତ ଅତିଥି ଭାବରେ କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁରୁଚରଣ ସାହୁ ଓ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ର ସଭାପତି ଶରତ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ବିଭିନ୍ନତା ରେ ଏକତା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସବଡେଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଏକ୍କା ଏହି ଶିବିର ସ୍କାଉଟ୍ ଓ ଗାଇଡସ୍ ମାନଙ୍କ ପାଇଁ ଶିକ୍ଷଣୀୟ ବୋଲି ଗଳ୍ପ ମାଧ୍ୟମରେ ବୁଝାଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନରେ ଥିବା ପ୍ରକାଶ କରି ପ୍ରଶଂସା କରିଥିଲେ। ଜିଲ୍ଲା କମିଶନର ଦିନମଣି ବାରିକ ,ଆଶାଲତା ପଟେଲ୍ ଓ ସୁଷମା ପଟେଲ୍ ଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଭାରତ ଗାଇଡସ୍ ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସଂଯୋଜିକା ଶ୍ରୀମତୀ ସଂଯୁକ୍ତା ବହିଦାର ତାଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ତନୁଲତା ବେହେରା ଧନ୍ୟବାଦ୍ କରିଥିଲେ।କାର୍ଯ୍ୟକ୍ରମକୁ ବିଭୀଷଣ ବାରିକ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀବତ୍ସ ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ।
ବିଶ୍ବରଂଜନ ହୋତା,ସୁନ୍ଦରଗଡ଼