
ଭଦ୍ରକ, ୨୪/୦୩/୨୧ (ଜିଲ୍ଲା ଖବର): ମିସେସ ଫେମିନା କଣ୍ଟେଷ୍ଟର ଟପ 20ରେ ଓଡିଆ ଝିଅ ଇପସିତା ପ୍ରିୟଦର୍ଶିନୀ । ଭାରତ ବର୍ଷର ପ୍ରାୟ 50 ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ 20 ଜଣକ ମଧ୍ୟରେ ସ୍ଥାନ ପାଇଛନ୍ତି ଇପସିତା । ଓଡ଼ିଆ ଘରର ଝିଅ ଇପସିତା ପ୍ରିୟଦର୍ଶିନୀ ବହୁ ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଓଡିଶା ପାଇଁ ସୁନାମ ଆଣିଛନ୍ତି । ପେସାରେ ସେ ସଫ୍ଟୱାୟାର ଇଞ୍ଜିନିୟର । କିନ୍ତୁ ମଡେଲିଙ୍ଗର ନିଶା ଆଜି ତାଙ୍କୁ ମିସେସ ଫେମିନା କଣ୍ଟେଷ୍ଟର ଟପ 20 ଜଣଙ୍କ ମଧ୍ୟରେ ପହଞ୍ଚାଇଛି । ଏବେ ଟପ ଟେନରେ ପହଞ୍ଚିବା ପାଇଁ ଓଡିଶାବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି ଇପସିତା । ସେହିପରି ଇପସିତା ପୂର୍ବରୁ 2015ରେ ଜିଟିଭିର ମିସ ଏଥନିକରେ ପଞ୍ଚମ ସ୍ଥାନ ଅକ୍ତିଆର କରିବା ସହ ଇଣ୍ଡିଆ ସିଟି ଲାଇଟ ମିସେସ ସୁପର ମଡେଲରେ ଦ୍ଵିତୟ ରନର୍ସ ଅପ ହୋଇଥିଲେ । 2015 ମସିହାରେ ସାରଳା ପ୍ରତିଭା ସମ୍ମାନ ପାଇଛନ୍ତି ଇପସିତା । ଏପରିକି ମରାଠୀ ଚଳଚିତ୍ର ଥୋହ ଏକ ଆୱାଜରେ ମଧ୍ୟ ଲିଡ ରୋଲରେ ମହିଳା ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଝିଅର ଏହି ସଫଳତା ଦେଖି ବାପା ଓ ମା ମଧ୍ୟ ବହୁତ ଖୁସି ଥିବା କହିଛନ୍ତି ।



