
୨୪/୦୩/୨୧ (ଜିଲ୍ଲା ଖବର) : ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ସେ ପ୍ରଶ୍ନ କରିଥିଲେ, ଶାସକ ଦଳର ନେତା ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । ବିଧାୟକମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ଓ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ପ୍ରଦୀପ୍ତ ନାଏକ । ଗୃହରେ ବ୍ୟୋମକେଶ ରାୟ ଉତ୍ତର ରଖିଥିଲେ । ସେ କହିଥିଲେ, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ପୋଲିସ ଜଣଙ୍କ ଗରିବ ଲୋକଙ୍କୁ ହଇରାଣ ହରକତ କରିବା ସହ ଟଙ୍କା ଆଦାୟ କରୁଥିବାରୁ ସେ ତାଙ୍କୁ ଫୋନ କରିଥିଲେ । ତାଙ୍କ ଅଡିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ବାଚସ୍ପତି ଚାହିଁଲେ ସମ୍ପୂର୍ଣ୍ଣ ଅଡିଓ ଟେପ୍ ଗୃହରେ ଉପସ୍ଥାପନ କରିବେ ବୋଲି କହିଥିଲେ ବ୍ୟୋମକେଶ । ତେବେ ଏଥିରେ କେତେ ଦୂର ସତ ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡୁଛି ।


