
ଆବଶ୍ୟକ ସାମଗ୍ରୀ-
ଚିକେନ୍, ସିଝା ପାସ୍ତା, ଦହି, କ୍ଷୀର, କସ୍ତୁରୀ ମେଥି, କାଶ୍ମୀର ଚିଲ୍ଲୀ ପାଉଡର, ରେଡ୍ ଚିଲ୍ଲୀ ପେଷ୍ଟ, ଅଦା-ରସୁଣ ପେଷ୍ଟ, ଗରମ ମସଲା, ଲେମ୍ବୁ ରସ, ସୋରିଷ ତେଲ, ଲୁଣ, ବଟର, କର୍ଣ୍ଣଫ୍ଲୋର, ବ୍ରେଡ ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଚିକେନକୁ ଧୋଇ ରଖିବେ । ତାପରେ ଆଉ ଏକ ପାତ୍ରରେ ଦହି ନେଇ ସେଥିରେ କାଶ୍ମୀର ଚିଲ୍ଲୀ ପାଉଡର, ଗରମ ମସଲା, କସ୍ତୁରୀ ମେଥି, ଅଦା-ରସୁଣ ପେଷ୍ଟ, ରେଡ୍ ଚିଲ୍ଲୀ ପେଷ୍ଟ ,ଲେମ୍ବୁ ରସ ,ସୋରିଷ ତେଲ ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିବେ । ୧୫ ମିନିଟ ପରେ ସେଥିରେ ଧୋଇ ରଖିଥିବା ଚିକେନ ପକାଇ ଭଲଭାବେ ଗୋଳାଇବେ । ଏହାପରେ ଗ୍ୟାସ୍ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ବଟର ପକାଇବେ । ବଟର ମେଲ୍ଟ ହେବାପରେ ସେଥିରେ ଚିକେନ୍ ପକାଇ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ବଟର ପକାଇବେ । ତାପରେ ସେଥିରେ କର୍ଣ୍ଣଫ୍ଲୋର ପକାଇ ୧ ରୁ ୨ ମିନିଟ ଯାଏଁ ମିକ୍ସ କରିବେ । ଏହାପରେ କ୍ଷୀର ପକାଇ ମିକ୍ସ କରିବେ । ତାପରେ ସେଥିରେ ଲୁଣ ଏବଂ ଚିକେନ୍ ଗୋଳାଇଥିବା ମସଲା ପକାଇ ଭଲଭାବେ ପୁଣି ମିକ୍ସ କରିବେ । ଏହାପରେ ସେଥିରେ ସିଝା ପାସ୍ତା ଏବଂ ଫ୍ରାଏ କରି ରଖିଥିବା ଚିକେନ ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ତାପରେ ସେଥିରେ କିଛି ବ୍ରେଡ୍ ଗୁଣ୍ଡ ଏବଂ ବଟର ପକାଇବେ । ପ୍ରସ୍ତୁତ ହୋଇଗଲା ଚିକେନ୍ ମଖନି । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।


