Sunday, November 15, 2026
Home ଆଞ୍ଚଳିକ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରାମନାଙ୍କ ନା ସୁପାରିସ କଲେ ବୋବଡେ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରାମନାଙ୍କ ନା ସୁପାରିସ କଲେ ବୋବଡେ

51

୨୪/୦୩/୨୧ (ଜିଲ୍ଲା ଖବର) :  ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି NV Ramana ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି SA ବୋବଡେ ଏହି ନାମ କେନ୍ଦ୍ର ଆଇନ ମନ୍ତ୍ରଣାଳୟଙ୍କୁ ପଠାଇଛନ୍ତି । ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ 23ରେ ଶେଷ ହେଉଛି । ତେବେ ଦୁଇଦିନ ପୂର୍ବରୁ ପ୍ରଧାନବିଚାରପତିଙ୍କୁ  ସୁପ୍ରିମକୋର୍ଟର ଆଗାମୀ ଉତ୍ତରଧିକାରୀଙ୍କ ନାମ ସୁପାରିଶ କରିବାକୁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଅନୁରୋଧ କରିଥିଲେ ।  ସୁପ୍ରିମକୋର୍ଟର ଜଷ୍ଟିସ ଏନ.ଭି ରାମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ବୋବ୍‌ଡ଼େଙ୍କ ପରେ ବିଚାରପତି ଏନ୍‌ଭି ରମନା ହେଉଛନ୍ତି ସୁପ୍ରିମ୍‌ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରରେ ୧୯୫୭ ଅଗଷ୍ଟ ୨୭ରେ ବିଚାରପତି ରମନା ଜନ୍ମ ଗ୍ରହଣ କରିଥିଲେ । ସେ  ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ । ରମନା ୨୦୦୦ ମସିହା ଜୁନ୍‌ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୪ ଫେବ୍ରୁଆରିରେ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ ।