Sunday, November 15, 2026
Home ଆଞ୍ଚଳିକ ଖୁବ୍ ଶୀଘ୍ର କରନ୍ ଜୋହରଙ୍କ ଫିଲ୍ମରେ ନଜର ଆସିବେ Vijay Deverakonda

ଖୁବ୍ ଶୀଘ୍ର କରନ୍ ଜୋହରଙ୍କ ଫିଲ୍ମରେ ନଜର ଆସିବେ Vijay Deverakonda

12

ନୂଆଦିଲ୍ଲୀ, ୨୪/୦୩/୨୧ (ଜିଲ୍ଲା ଖବର) : ତେଲୁଗୁ ସୁପରଷ୍ଟାର Vijay Deverakonda ସବୁବେଳେ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ ହେବା ସହିତ , ଅନେକ୍ ସଫଳତା ସାଉଣ୍ଟିଛନ୍ତି । ତେବେ ଖୁବ୍ ଶୀଘ୍ର କରନ୍ ଜୋହରଙ୍କ ଫିଲ୍ମ’ Liger’ରେ  ନଜର ଆସିବାକୁ ଯାଉଛନ୍ତି ବିଜୟ । ନିକଟରେ ସେ ମୁମ୍ବାଇରୁ ହାଇଦ୍ରାବାଦ୍ ଯାଉଥିବା ସମୟରେ , ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ।

ସେଠାରେ ତାଙ୍କର ଷ୍ଟାଇଲିଷ୍ଟ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ସହିତ ନିକଟରେ ତାଙ୍କ ଅପକମିଙ୍ଗ ଫିଲ୍ମ’ Liger’ର ପୋଷ୍ଟର ମୁକ୍ତଲାଭ କରିଥିଲା । ଏହି ପୋଷ୍ଟର ସେୟାର କରି କରନ୍ ଜୋହର ଲେଖିଥିଲେ ଯେ, ‘ବଡ ପରଦାର ରାଜା ତଥା ଅନେକ୍ ହୃଦୟର ମାଲିକ୍‌’ ।  Vijay Deverakonda ଏବଂ ଅନନ୍ୟା ପାଣ୍ଡେଙ୍କୁ ଉପସ୍ଥାନ କରି ମୁଁ ଗର୍ବିତ । ଏହି ଚଳଚିତ୍ରଟି ୫ଟି ଭାଷାରେ ମୁକ୍ତିଲାଭ କରିବ । ଏଥିରେ ବିଜୟ ଜଣେ ବକ୍ସର ଭୂମିକାରେ ନଜର ଆସିବେ ।  ଏଥିପାଇଁ ସେ ବକ୍ସିଂ ଟ୍ରେନିଂ ମଧ୍ୟ ନେଇଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।