
ଭୁବନେଶ୍ୱର,୨୪/୦୩/୨୧ (ଜିଲ୍ଲା ଖବର) : ରାଜଧାନୀ ଶୈଳେଶ୍ରୀ ବିହାରର ଏକ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ବାଣିଜ୍ୟ ତୃତୀୟ ବର୍ଷର ଛାତ୍ର ଅଭିଷେକ ନାୟକ ବୋଲି ଜଣାପଡ଼ିଛି । ଗତ ୨୨ ତାରିଖରୁ ସେ ନିଖୋଜ ଥିଲେ । ଗତକାଲି ବିଳମ୍ବିତା ରାତିରେ ହୋଟେଲର ଦ୍ୱାର ଭାଙ୍ଗି ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଯୁବକଙ୍କ ଶରୀର ପୁରା ନୀଳ ପଡିଯାଇଥିବା ଜଣାପଡ଼ିଛି । ଅଭିଷେକ ଅନଲାଇନ ଟ୍ରେଣ୍ଡିଂ କରନ୍ତି । ଆଉ ସେ ସପ୍ତାହ ହେଲା ଚୁପ ଚାପ ରହୁଥିଲେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।



