ଧାର ଟଙ୍କା ମାଗିବାରୁ ଗୁଳିକାଣ୍ଡ, ଜଣେ ଗୁରୁତର

13

ସୁବର୍ଣ୍ଣପୁର, ୨୪/୦୩/୨୧ (ଜିଲ୍ଲା ଖବର) :  ଧାର ଟଙ୍କା ମାଗିବାରୁ ଗୁଳିକାଣ୍ଡ । ଗୁଳିମାଡ଼ରେ ଜେସିବି ଡ୍ରାଇଭର ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନାନୁଯାୟୀ,  ଆମ୍ବସରଭଟା ଦେଇ ଜେସିବି ନେଇ ଡ୍ରାଇଭର ଆସୁଥିବାବେଳେ ରାସ୍ତାକଡରେ ଗାଡି ଅଟକାଇ ଚକ୍ର ପାତ୍ର ନାମକ ଜଣେ ଯୁବକଙ୍କୁ ଦେଖା କରିଥିଲେ  ।  ଉଭୟ କଥାବାର୍ତ୍ତା ହେବାବେଳେ ଧାର ଟଙ୍କା ମାଗିଥିଲେ ପ୍ରଭଞ୍ଜନ  । ଏଥିରେ ଚକ୍ର ପାତ୍ର ରାଗି ଯାଇ ପ୍ରଭଞ୍ଜନଙ୍କ ମୁଣ୍ଡକୁ ଗୁଳି ମାରିଥିଲା  । ଏହାପରେ ପ୍ରଭଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁବଳୟା ପ୍ରାଥମିକ ଚିକିତ୍ସାଳୟ ଓ ପରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।