Saturday, November 14, 2026
Home ଆଞ୍ଚଳିକ ମାସ୍କ ଖୋଲି ଟ୍ରୋଲ ହେଲେ Farah khan

ମାସ୍କ ଖୋଲି ଟ୍ରୋଲ ହେଲେ Farah khan

11

ନୂଆଦିଲ୍ଲୀ,୨୪/୦୩/୨୧ (ଜିଲ୍ଲା ଖବର) :  ମହାରାଷ୍ଟ୍ର ସମେତ ଆଉ କିଛି ସ୍ଥାନରେ ଏବେ ପୁଣି ଥରେ, କରୋନାର ପ୍ରଭାବ ଦ୍ରୁତ ଗତିରେ ମାଡି ଚାଲିଛି । ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ସମସ୍ତେ ସଚେତନ ହେବା ସହିତ, ସତର୍କତା ଅବଲମ୍ବନ କରୁଛନ୍ତି । ତେବେ ନିକଟରେ ଏପରି ପରିସ୍ଥିତିରେ, ଫିଲ୍ମ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର Farah khan ମୁହଁରୁ ମାସ୍କ ଖୋଲି ଟ୍ରୋଲ ହୋଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରକୃତ କଥା ହେଲା, ନିକଟରେ  ଆମ୍ବ କିଣିବା ପାଇଁ ନିଜ ଘରୁ ବାହାରକୁ ବାହାରିଥିଲେ Farah khan । ମୁହଁରେ ମାସ୍କ ଲଗାଇ ସେ ଯାଇ ଆମ୍ବ ବିକ୍ରି ହେଉଥିବା ଠେଲା ପାଖରେ ପହଞ୍ଚଥିଲେ ଏବଂ ଦାମ୍ ପଚାରି ବୁଝିଥିଲେ । ଏହାପରେ ଭଲଭଲ ଆମ୍ବ ଦେବାକୁ ଦୋକାନିକୁ କହିଥିଲେ । ଏହାପରେ ସେ  ନିଜ ମୁହଁରୁ ମାସ୍କ ଖୋଲି କିଛି ଆମ୍ବ ନେଇ ସୁଙ୍ଘିଥିଲେ । ବାସ୍‌, ଏହାପରେ ଟ୍ରୋଲର ଶିକାର ହୋଇଥିଲେ Farah । କରୋନାର ଏଭଳି ପରିସ୍ଥିତିରେ Farahଙ୍କର ଏପରି କାର୍ଯ୍ୟକଳାପକୁ ପସନ୍ଦ କରି ନଥିଲେ ଲୋକେ । ଯାହାପରେ ସୋସିଆଲ ମିଡିଆରେ ସେ ଟ୍ରୋଲ ହେବାରେ ଲାଗିଛନ୍ତି । ବିରଲ ଭୟାନୀ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଦେଖିବା ପରେ କିଛି ୟୂଜର୍ସ ଲେଖିଛନ୍ତି ଯେ, ‘ମାସ୍କ ଖୋଲି  ଏପରି କରୋନା ପରିସ୍ଥତିରେ କିଏ ଆମ୍ବ ଶୁଙ୍ଘେ? ଆଉ ତାହା ପୁଣି ମହାରାଷ୍ଟ୍ରରେ । ଠିକ୍ ସେହିପରି ଆଉ ଜଣେ ଲେଖିଛନ୍ତି ଯେ,ଇନ୍‌ଫେକ୍ସନ ତ ନାକରେ ପହଞ୍ଚଗଲା । ଠିକ୍ ସେହିପରି ଆଉ କେହି ଲେଖିଛନ୍ତି ଯେ, ତେବେ ମାସ୍କ ପିନ୍ଧି ଲାଭ କ’ଣ ? ପ୍ରକାଶ ଥାଉକି, Farah khan ବଲିଉଡର ଜଣେ ଜଣାଶୁଣା କୋରିଓଗ୍ରାଫର ହେବା ସହିତ, ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ।