Sunday, November 15, 2026
Home ଆଞ୍ଚଳିକ କରୋନା ଟୀକା ନେଲେ ଅଭିନେତା ସଞ୍ଜୟ ଦତ୍ତ

କରୋନା ଟୀକା ନେଲେ ଅଭିନେତା ସଞ୍ଜୟ ଦତ୍ତ

9

ନୂଆଦିଲ୍ଲୀ, ୨୪/୦୩/୨୧ (ଜିଲ୍ଲା ଖବର): କରୋନା ପୁଣି ଥରେ ନିଜର କାୟା ବିସ୍ତାର କରି ,ଲୋକଙ୍କୁ ହନ୍ତସନ୍ତ କରାଇଲାଣି । ଏହାରି ମଧ୍ୟରେ କରୋନା ଟୀକା ଆସିବା ସହିତ ,ଏହାର  ଟୀକାକରଣ ଆରମ୍ଭ ହୋଇଯାଇଛି । ତେବେ ନିକଟରେ ବଲିଉଡ ଅନେକ୍ କଳାକାର କରୋନା ଟୀକା ନେଇ ସାରିଥିବା ବେଳେ, ଆଉ କିଛି କଳକାର ଟୀକା ନେଉଥିବା ଦେଖିବାକୁ ମିଳୁଛି । ଠିକ୍ ସେମିତି  ନିକଟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ,କରୋନା ଟୀକା  ନେଇଥିବାର ଫଟୋ ସେୟାର କରିଛନ୍ତି । ସେ ମୁମ୍ବାଇର ଏକ କରୋନା ଟୀକା କେନ୍ଦ୍ରରେ ଟୀକା ନେଇଛନ୍ତି । ସଞ୍ଜୟ ଦତ୍ତ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରୀରେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଟୀକା ନେବା ସମୟରେ କ୍ୟାମେରାକୁ ଦେଖି ପୋଜ୍ ଦେଇଥିବା ନଜର ଆସୁଛନ୍ତି । ଫଟୋ ସେୟାର କରି ସେ ଡାକ୍ତର ଏବଂ ପୁରା ଟିମକୁ ଧନ୍ୟବାଦ୍ କହିଛନ୍ତି ।