Home ଆଞ୍ଚଳିକ ଘରୋଇ ମାଟିରେ ସବୁଠାରୁ ଦ୍ରୁତ ୧୦,୦୦୦ ରନ ପୂରଣ କଲେ ବିରାଟ କୋହଲି

ଘରୋଇ ମାଟିରେ ସବୁଠାରୁ ଦ୍ରୁତ ୧୦,୦୦୦ ରନ ପୂରଣ କଲେ ବିରାଟ କୋହଲି

27

 ୨୪/୦୩/୨୧ (ଜିଲ୍ଲା ଖବର) : ମଙ୍ଗଳବାର ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ-ଇଂଲଣ୍ଡ ସିରିଜର ପ୍ରଥମ ଦିନିକିଆରେ ୫୬ ରନ କରିବା ସହ ଘରୋଇ ମାଟିରେ ୧୦୦୦୦ ରନ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ଘରୋଇ ମାଟିରେ ସବୁଠାରୁ ଦ୍ରୁତ ୧୦୦୦୦ ରନ ପୂରଣ କରିବା ସହ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ପଣ୍ଟିଂ ୨୧୯ ଟି ଇଂନିସରେ ଏହି ସଫଳତା ହାସଲ କରିଥିବା ବେଳେ କୋହଲି ୧୯୫ ଟି ଇଂନିସରୁ ଏହା ହାସଲ କରିଛନ୍ତି । ସେହିପରି ଭାରତୀୟ ଭାବେ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି କୋହଲି । ସଚ୍ଚିନ ୨୨୩ ଟି ଇଂନିସରେ ଘରୋଇ ମାଟିରେ ୧୦୦୦୦ ରନ ପୂରଣ କରିଥିଲେ । ବିଶ୍ୱର ଅନ୍ୟ ବ୍ୟାଟସମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ଦୁଇ ବ୍ୟାଟସମାନ ମାହେଲା ଜୟବର୍ଦ୍ଧନେ ଏବଂ କୁମାର ସାଙ୍ଗାକାରା ଯଥାକ୍ରମେ ୨୨୩ ଏବଂ ୨୨୯ ଇଂନିସରେ ଘରୋଇ ମାଟିରେ ୧୦୦୦୦ ରନ ପୂରଣ କରିଥିଲେ ।