Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ଇମ୍ରାନ୍ ହାସ୍‌ମୀ

ଜନ୍ମଦିନର ଶୁଭେଚ୍ଛା ! ଇମ୍ରାନ୍ ହାସ୍‌ମୀ

86

ନୂଆଦିଲ୍ଲୀ,୨୪/୦୩/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଇମ୍ରାନ୍ ହାସ୍‌ମୀଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ୨୪ ମାର୍ଚ୍ଚ ୧୯୭୯ରେ ମୁମ୍ବାଇରେ ଏକ ମୁସଲିମ୍ ପରିବାରରେ ଜନ୍ମଗ୍ରହଣ କରିଥିଲେ ଇମ୍ରାନ୍ ହାସ୍‌ମୀ ।  ଫିଲ୍ମ’ଫୁତଫାଥ୍‌’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ ଇମ୍ରାନ୍ । ଏହାପରେ ୨୦୦୪ରେ ଆସିଥିବା ଫିଲ୍ମ’ମର୍ଡର’ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ ସେ । ଏହାପରେ ୨୦୦୫ରେ  ତାଙ୍କର ଆସିଥିବା ଫିଲ୍ମ’ଆସିକ୍ ବନାୟା ଆପ୍‌ନେ’ ବକ୍ସ ଅଫିସରେ ବେଶ  ହିଟ୍ ହୋଇଥିଲା । ଏହାପରେ ସେ ଅନେକ୍ ଫିଲ୍ମରେ କାମ କରିଛନ୍ତି । ଭିନ୍ନ ଭିନ୍ନ ଚରିତ୍ରରେ ସେ ଖୁବ୍ ନିଖୁଣ ଭାବେ ନିଜର ଚରିତ୍ର ନିଭାଇଥାନ୍ତି ।  ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟ ଅନେକ୍ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।  ଏହା ସହିତ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି ସେ । ଏହାପରେ ସେ ଆଉ କେବେ ପଛକୁ ଫେରି  ଦେଖିନାହାଁନ୍ତି । ଗୋଟେ ପରେ ଗୋଟେ  ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।