
ନବରଙ୍ଗପୁର, ୨୪/୦୩/୨୧ (ଜିଲ୍ଲା ଖବର): ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ବିଡିଓ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗରମ୍ୱା ରାସ୍ତାରେ ଦୁର୍ଘଟଣାରେ ଜଣେ ଯୁବକ ଓ ଜଣେ ବୃଦ୍ଧ ଆହତ ହୋଇଥିଲେ । ଏହି ସମୟରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ରାଉତ କୌଣସି କାମରେ ଉମରକୋଟ ଆସୁଥିଲେ । ଏହି ସମୟରେ ଆହତଙ୍କୁ ନିଜ ଗାଡ଼ିରେ ବସାଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ବିଡିଓଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଉଛି ।



