
ଭଦ୍ରକ,୨୪/୦୩/୨୧ (ଜିଲ୍ଲା ଖବର) : ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏସ୍କର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋ-ସୁରକ୍ଷା ସମିତିର କର୍ମକର୍ତ୍ତା ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାଣିତାଲ ନିକଟରେ ଘଟିଛି ଏଭଳି ଘଟଣା । କଣ୍ଟେନର ଅଟକାଇବା ପରେ ଏସ୍କର୍ଟ ପାର୍ଟି ଆସି ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇ ନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନର ପଳାଇଯାଉଥିବା ବେଳେ କର୍ମକର୍ତ୍ତା ମାନେ ମଇତାପୁର ନିକଟରେ ଅଟକାଇଥିଲେ । ଗୋରୁ କଣ୍ଟେନରକୁ ଅଟକାଇବା ବେଳେ ୪ରୁ ଅଧିକ ଗାଡିରେ ଆସିଥିବା ଏସ୍କାର୍ଟ ପାଟିର ଯୁବକମାନେ ଆକ୍ରମଣ କରିଥିଲେ । ଆକ୍ରମଣରେ ୩ ଜଣ ଗୋ-ସୁରକ୍ଷା ସମିତିର କର୍ମକର୍ତ୍ତା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଦୁଇ କଣ୍ଟେନରରେ ୧୯୦ ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି ।



