Sunday, October 11, 2026
Home ଆଞ୍ଚଳିକ ସମ୍ବଲପୁରରେ ଦନ୍ତା ଆକ୍ରମଣରେ ଦୁଇ ମୃତ

ସମ୍ବଲପୁରରେ ଦନ୍ତା ଆକ୍ରମଣରେ ଦୁଇ ମୃତ

32

ସମ୍ବଲପୁର, ୨୪/୦୩/୨୧ (ଜିଲ୍ଲା ଖବର):  ଦନ୍ତା ଆକ୍ରମଣରେ ଦୁଇ ମୃତ । ସମ୍ଵଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ କୁଢେନିଶା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । ମୃତକ ମାନେ ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ ଓ ଜୟଲାଲ ମିଦ୍ଧା ବୋଲି ଜଣାପଡିଛି । ଅନ୍ୟପଟେ ଖବର ପାଇ ସଦର ରେଞ୍ଜ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୂଚନାନୁଯାୟୀ, ଦୁଇ ମୃତ ବ୍ୟକ୍ତି ଏକ ଠିକା ସସ୍ଥା ପକ୍ଷରୁ କର୍ଫୋରେସନ ବାଉଁଶ କଟାଳି ଭାବେ କାମ କରୁଥିଲେ । ମଙ୍ଗଳବାର ସଦ୍ଧ୍ୟାରେ କାମ ସାରି ଦୁହେ ଖାଇ ପିଇ ଶୋଇଥିବା ସମୟରେ କୁଢେନିଶା ଗାଁକୁ ଦନ୍ତା ହାତୀ ପ୍ରବେଶ କରି  ଉତ୍ପାତ କରିଥିଲା । ତେଲଙ୍ଗା ଓ ଜୟଲାଲ  ଶୋଇଥିବା ଘରକୁ ଦନ୍ତା ଆକ୍ରମଣ କରି ଭାଙ୍ଗିବା ସହ ଦୁହିଙ୍କ ଦଳି ଦେଇଥିଲା ।