Home ଆଞ୍ଚଳିକ ଶ୍ରୀମନ୍ଦିରରେ କଡ଼ାକଡ଼ି ହେବ କୋଭିଡ କଟକଣା

ଶ୍ରୀମନ୍ଦିରରେ କଡ଼ାକଡ଼ି ହେବ କୋଭିଡ କଟକଣା

8

ପୁରୀ,୨୪/୦୩/୨୧ (ଜିଲ୍ଲା ଖବର) : ଶ୍ରୀମନ୍ଦିରରେ କଡ଼ାକଡ଼ି ହେବ କୋଭିଡ କଟକଣା । ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦେବ ପ୍ରଶାସନ। ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟିଏ ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ଗତକାଲି ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଆସିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଚୁଡାନ୍ତ ନିଷ୍ପତି ନେଇପାରେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ନିବେଦନ କରିଛି। ସମସ୍ତ ସେବାୟତ ମାନଙ୍କୁ ଟିକାକରଣ କାର‌୍ୟ୍ୟରେ ସାମିଲ କରିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ଵରୁ ଟିକାକରଣ କରାଯିବ।