
ବ୍ରହ୍ମପୁର,୨୪/୦୩/୨୧ (ଜିଲ୍ଲା ଖବର) : ଘର ବାରଣ୍ଡାରେ ବସି ମୋବାଇଲ ଦେଖୁଥିବା ସମୟରେ ଯୁବକକୁ ଅତର୍କିତ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନାନୁଯାୟୀ, ଗ୍ରାମର ନିରଞ୍ଜନ ଭୂୟାଁ ନିଜ ଘର ବାରଣ୍ଡାରେ ବସି ମୋବାଇଲ ଦେଖୁଥିବା ବେଳେ ସେହି ଗ୍ରାମର ଟୁଲୁ ସ୍ଵାଇଁ ହଠାତ ଏକ ଖଣ୍ଡା ଧରି ଆକ୍ରମଣ କରିଥିଲା । ନିରଞ୍ଜନ ଗୁରୁତର ଅବସ୍ଥାରେ ସୁମଣ୍ଡଳ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ସେପଟେ ଘଟଣାସ୍ଥଳରେ ଏପରି ଆକ୍ରମଣ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଥିବା ବେଳେ ତାଳସର ଗ୍ରାମରେ ବେଗୁଣିଆପଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।


