
କଟକ,୨୪/୦୩/୨୧ (ଜିଲ୍ଲା ଖବର) : ରାଜ୍ୟରେ ଥମୁନି ମଣ୍ଡି ସମସ୍ୟା ତାତି । ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ । ରାସ୍ତା ଉପରେ କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । କଢ଼ାମଲ ଓ ପଣ୍ଡଳମ ସେବା ସମବାୟ ସମିତିର ଶତାଧିକ ଚାଷୀ ଏହି ରାସ୍ତା ଅବରୋଧ କରିଛନ୍ତି । ଧାନ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଶତାଧିକ ଚାଷୀ ଏହି ରାସ୍ତା ଅବରୋଧ କରିଛନ୍ତି । ଆଜି ସକାଳ 6ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଛି ।



