
ଜଟଣୀ,୨୩/୦୩(ଜିଲ୍ଲା ଖଵର) : ଖୋର୍ଦ୍ଧାଜିଲାପାଳ ସନତ କୁମାର ମହାନ୍ତୀ ସୋମବାର ଜଟଣୀ ତହସିଲରେ ଆର୍ଥିକବର୍ଷ ୧୯-୨୦ର ସାଲତମାମି ସମୀକ୍ଷା କରିଛନ୍ତି । ମହାମାରୀ କରୋନା ଯୋଗୁଁ ଆର୍ଥିକ ବର୍ଷ ୨୦୧୯-୨୦ରେ ହୋଇଥିବା ରାଜସ୍ୱ ଆୟବ୍ୟୟ ଏବଂ ଅନ୍ୟାନ୍ୟ ଦସ୍ତାବିଜ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେହିପରି ଜଟଣୀବାସୀଙ୍କ ସମସ୍ୟା ମଧ୍ୟ ଉପସ୍ଥାପନ କରାଯାଇଥିଲା । ଜଟଣୀ ତହସିଲ ଅଧିନସ୍ଥ ସହରାଚଂଳ ଓ ଗ୍ରାମାଚଂଳର ଜମିଜମା ସମସ୍ୟା ଆଧାରିତ ଆଲୋଚନା କରାଯାଇଥିଲା । ଏଥିରେ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ, ତହସିଲଦାର ତପନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆମନ୍ତ୍ରିତ କରାଯାଇଥିବା ବେଳେ ବିଧାୟକ ଯୋଗଦେଇପାରିନଥିଲେ । ତେଣୁ ବିଧାୟକ ପ୍ରତିନିଧୀଭାବେ ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ଯୋଗଦେଇ ଜଟଣୀବାସୀଙ୍କ ସମସ୍ୟାଗୁଡିକୁ ଉପସ୍ଥାପନ କରିଥିଲେ । ବହୁ ପ୍ରତିକ୍ଷୀତ ଜଟଣୀଫ୍ଲାଏ ଓଭରବ୍ରିଜ ନିର୍ମାଣ ସମୟରେ ଦୋକାନଗୃହ ହରାଇଥିବା ବ୍ୟବସାୟୀମାନଙ୍କୁ ଘରଯୋଗାଇ ଥଇଥାନ କରିବା । ଟାଉନ ଖାସମାହାଲ ଜମିର ପଟା ପ୍ରଦାନ କରିବା । ପୈାରାଚଂଳରେ ରହିଥିବା ଭୂମିହୀନମାନଙ୍କୁ ଜମିପଟା ଯୋଗାଇଦେବା । ଦିର୍ଘଦିନରୁ ସହରାଂଚଳ ଓ ରେଳପଥ କଲୋନୀରେ ଝୁମ୍ପୁଡିକରି ରହିଥିବା ୮ଟି ୱାର୍ଡର ଲୋକମାନଙ୍କୁ ଘରଯୋଗାଇ ଥଇଥାନ କରିବା କରିବାକୁ ଦାବି ଉପସ୍ଥାପନ କରାଯାଇଥିଲା । ତେବେ ଏହାର ପ୍ରତିଉତୋରରେ ଜିଲାପାଳ କହିଥିଲେ ଯେ, ଦୋକାନ ଗୃହ ଏବଂ ଘରଡିହ ପଟା କାର୍ଯ୍ୟ ବଳବତର ରହିଛି । ଯଥାଶିଘ୍ର ପ୍ରଦାନ କରାଯିବ । ଝୁମ୍ପୁଡିବସ୍ତି ବାସିନ୍ଦାମାନଙ୍କୁ ବାସଗୃହ ନିର୍ମାଣ ନିମନ୍ତେ ଜମି ଚିହ୍ନଟ କରିବାକୁ ତହସିଲଦାରଙ୍କୁ ସୁଚନା ଦେଇଥିଲେ ।
ରୀପୋର୍ଟ , ସଞ୍ଜୀବ କୁମାର


