
ଜଟଣୀ,୨୩/୦୩(ଜିଲ୍ଲା ଖଵର) : ଜଟଣୀ ପୈାରପରିଷଦ ଅଧିନସ୍ଥ ୨୩ଟି ୱାର୍ଡ ମଧ୍ୟରେ ରହିଥିବା ସର୍ବସାଧାରଣ ପୁସ୍କରିଣୀଗୁଡିକର ପୁନରୁଧାର କରିବାକୁ ଦାବି ହୋଇଛି । ଫଳରେ ପୈାରାଚଂଳବାସୀ ଉଠା ଜଳାଶୟରେ ନିତ୍ୟ ବ୍ୟବହାର କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ପୈାରପରିଷଦ ଏହାର ପୁନରୁଧାର କରିବ ବୋଲି ସୁଚନା ଦେଇଛି । ଖୋର୍ଦ୍ଧା ଜିଲ୍ଲା ଏହି ଜଟଣୀ ସହରରେ ରହିଥିବା ଏନଏସି ପରବର୍ତି ହେ।ଇ ଜଟଣୀ ପୈାରପରିଷଦର ମାନ୍ୟତା ପାଇଥିଲା । ଜଟଣୀ ସହର ଅବିଭକ୍ତ ପୁରୀଜିଲା ଅଧିନରେ ରହୁଥିବା ସମୟରେ ଅଂଚଳର ପ୍ରତ୍ୟେକ ବ୍ୟକ୍ତି କେବଳ ପୁଷ୍କରିଣୀ ଉପରେ ନିର୍ଭର କରିବାକୁ ପଡିଥାଏ । କାରଣ ସେହି ସମୟରେ ସହରାଚଂଳର କୈାଣସି ସୁବିଧା ଏଠାରେ ଉପଲବ୍ଧ ନଥିଲା । ସରକାରଙ୍କ ପକ୍ଷରୁ ଜଳାଶୟର କୈାଣସି ବ୍ୟବସ୍ଥା ସହରରେ ନଥିଲା । କେତେକ ସ୍ଥାନରେ ଏହି ପୋଖରୀଗୁଡିକ ଚାଷଜମି ସହିତ ସଲଗ୍ନ ହୋଇ ରହୁଥିବାରୁ ଚାଷକ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହେଉଥିଲା । ପୁଷ୍କରିଣୀଗୁଡିକ ଜଳାଶୟର ସ୍ୱତନ୍ତ୍ର ମାନ୍ୟତା ପାଇଆସୁଥିଲା । ତେଣୁ ଯୁଗଯୁଗରୁ ପୁଷ୍କରିଣୀ ଉପରେ ମାନବ ସମାଜ ସହିତ ପଶୁପକ୍ଷୀମାନେ ମଧ୍ୟ ନିର୍ଭରଶିଳ ହୋଇଥାନ୍ତି । ତେବେ ଜଟଣୀ ସହର ମଧ୍ୟରେ ପୈାରାଚଂଳ ଅଧିନରେ ରହିଥିବା ୧୪ଟି ପୁଷ୍କରିଣୀ ମଧ୍ୟରୁ ୧୦ରୁ ଉର୍ଦ୍ଧ୍ୱ ଏବେ ଜରାଜିର୍ଣ୍ଣ ଅବସ୍ଥାରେ ପଡି ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଛି । ସେହିପରି ଜଟଣୀ ପୈାରପରିଷଦ ଅଧିନରେଥିବା ୱାର୍ଡନଂ ୯ର ନୂତନ ବସଷ୍ଟାଣ୍ଡ ଅଂଚଳଟି ଦଳିତ ପୋଖରୀ ଉପରେ ନିର୍ମାଣଧିନ ହୋଇଛି । ବଡନୂଆଗାଁ ଦଳିତସାହିର ଲୋକମାନେ ଏହି ପୋଖରୀ ଉପରେ ନିର୍ଭର କରି ଚଳିଆସୁଥିବାରୁ ଏହା ଦଳିତପୋଖରୀ ନାମରେ ନାମିତ ହୋଇଥିଲା । ମାତ୍ର ଏହି ପୋଖରୀକୁ ପୋତି ସେଥିରେ ଜଟଣୀର ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ ପୁଷ୍କରିଣୀ ମନୁଷ୍ୟକୃତ ସତ କିନ୍ତୁ ପ୍ରକୃତିର ବରଦାନ ଦେଇଥାଏ । ତେଣୁ ପୋଖରୀଗୁଡିକୁ ପୋତିବାଲାଗି ସରକାରଙ୍କ ବାରଣ ରହିଥିବା ବେଳେ ଅନ୍ୟପଟେ ସମୁହ କାର୍ଯ୍ୟର ଆବଶ୍ୟକସ୍ଥଳେ ପୋତାଯାଇପାରିବ ବୋଲି ମାନ୍ୟବର ନ୍ୟାୟାଳୟ ଟିପଣୀ ଦେଇଛନ୍ତି । ତେବେ ଏନେଇ ଦ୍ୱନ୍ଦରେ ପଡିଛନ୍ତି ଅଂଚଳବାସୀ ଏବଂ ପ୍ରଶାସନିକ ଅଧିକାରୀମାନେ । ଜଟଣୀ ସହର ମଧ୍ୟରେ ଏପରି କିଛି ପୋଖରୀ ରହିଛି ଏବେ ବି ସେହି ପୋଖରୀ ଉପରେ ପ୍ରତିଦିନ ଶହଶହ ଲୋକେ ନିର୍ଭର କରି ରହିଥାନ୍ତି । ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୧୫ର ହାଟବଜାର ଅଂଚଳରେଥିବା ହାଟବଜାର ପୋଖରୀ, ୱାର୍ଡ ନଂ ୧୪ର ବାଛରାପାଟଣା ସ୍ଥିତ ଖଳିପୋଖରୀ, ୱାର୍ଡନଂ ୧୦ର ବିଶ୍ୱନାଥ ମନ୍ଦିର ନିକଟରେଥିବା ସର୍ବପୁରାତନ ମିଲ ପୋଖରୀ ଓ ୱାର୍ଡନଂ ୧୧ରେ ରହିଥିବା ପିଚୁକୋଳି ପୋଖରୀ ଇତ୍ୟାଦି ଉପରେ ଅନେକ ଲୋକ ନିର୍ଭରଶିଳ । ତେଣୁ ଏଥି ମଧ୍ୟରୁ ହାଟବଜାର ପୋଖରୀ,ମିଲ ପୋଖରୀ,ଖଳିପୋଖରୀ ଆଦିପାଇଁ ପୁର୍ବେ ପୁନରୁଧାରଲାଗି ବ୍ୟୟବରାଦ ହୋଇଥିଲା । ମାତ୍ର ସେଗୁଡିକ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି । ଫଳରେ ଲୋକମାନେ ନିତ୍ୟବ୍ୟବହାର ଲାଗି ଅସୁବିଧାର ସମୁଖୀନ ହୋଇଛନ୍ତି । ତେଣୁ ଏସବୁର ପୁନରୁଧାର କରାଯିବାଲାଗି ୱାର୍ଡବାସୀମାନେ ଦାବି କରିଆସୁଥିଲେ । ତେବେ ଏନେଇ ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀଙ୍କୁ ପଚାରିବାରେ ସେ କୁହନ୍ତି, ଏନେଇ ଆକ୍ସନପ୍ଲାନ କରାଯାଇଛି । ଅର୍ବାନ ଡିପାର୍ଟମେଂଟର ଓୟୁଜି ଏମ୍ପ୍ଲିମେଂଟ ଇନିସେଟିଫ ପ୍ରୋଗ୍ରାମରେ ଏହାକୁ ସାମିଲ କରି ବର୍ଷାଋତୁ ପୁର୍ବରୁ ଏହାର ପୁନରୁଧାର କରିବୁ । ପ୍ରଥମ ପର୍ଯ୍ୟାୟରେ ୱାର୍ଡ ନଂ ୧୦ର ସର୍ବପୁରାତନ ମିଲ ପୋଖରୀର ପୁନରୁଧାର କରାଯାଇ ଆସନ୍ତା ମାସ ସୁଧା କାର୍ଯ୍ୟକାରୀ କରାଯିବ ବୋଲି କହିଥିଲା ବେଳେ ଏହି କାର୍ଯ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାରମ୍ଭ ହୋଇନାହି ।
ରିପୋର୍ଟ, ସଞ୍ଜୀବ କୁମାର


